Odiapua.com

ଉତ୍କଳ କେମିଷ୍ଟ୍ ଓ ଡ୍ରଗିଷ୍ଟ୍ ସଂଘର ଜୋନ୍ ସ୍ତରୀୟ ବନ୍ଧୁମିଳନ

ବାଲେଶ୍ୱର, ୧୭ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଉତ୍କଳ କେମିଷ୍ଟ୍ ଓ ଡ୍ରଗିଷ୍ଟ୍ ସଂଘର ଉତ୍ତରଜୋନ୍ ଗୁରୁତ୍ୱପୂର୍ଣ୍ଣ ରାଜ୍ୟସ୍ତରୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ହୋଟେଲ୍ ପୂର୍ବୀ ବିଚ୍ ରିସୋର୍ଟ, ଚାନ୍ଦିପୁରରେ ଆଜି ଅନୁଷ୍ଠିତ ହୋଇଯାଇଛି। ସଂଗଠନର ବାଲେଶ୍ୱର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ସଭାପତିତ୍ୱ କରିଥିଲେ। ଜିଲ୍ଲାର ସମ୍ପାଦକ ଅକ୍ଷୟ କୁମାର ବେହେରା ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସରୋଜ କୁମାର ସାହୁ, ମାନସ ଚନ୍ଦ୍ର ଦାସ, ବିକାଶ ଦାସ, ମନୋଜ ଜେନା, ପ୍ରିୟରଞ୍ଜନ, ବରଦା ପ୍ରସନ୍ନ ଦାସ, ଦୀପକ ମହାନ୍ତି, ପ୍ରଗତି ରଞ୍ଜନ ମହାନ୍ତି, ଉମାକାନ୍ତ ସ୍ୱାଇଁ, ସୁଶାନ୍ତ ପଣ୍ଡା, ରଂଜିତ୍ ବିଶ୍ୱାଳ, ରଂଜିତ୍ ପାତ୍ର, ଆର୍ଯ୍ୟ କୁମାର ପ୍ରଧାନ ପ୍ରମୁଖ ସଂଗଠନର ରାଜ୍ୟ ଓ ବିଭିନ୍ନ ଜିଲ୍ଲା କର୍ମକର୍ତ୍ତା ଇତ୍ୟାଦି ଉପସ୍ଥିତ ରହି ସାମ୍ପ୍ରତିକ ବ୍ୟବସାୟିକ ସ୍ଥିତି ଓ ରାଜ୍ୟ ସଂଘର କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନ କରିଥିଲେ। ଉକ୍ତ ବୈଠକରେ ଶତାଧିକ ସାଧାରଣ ସଭ୍ୟଙ୍କ ସହିତ ଅଶୋକ ଦାସ, ଅତୁଲ ଶତପଥୀ, କୈଳାଶ ବେହେରା, ପ୍ରମୋଦ କୁମାର ମହାନ୍ତି, ଅଶୋକ ଖଣ୍ଡେଲୱାଲ୍‌, ଈନ୍ଦୁଭୂଷଣ ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ସର୍ବଶେଷରେ ବାଲେଶ୍ୱର ଜିଲ୍ଲା ସମ୍ପାଦକ ଅକ୍ଷୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।