Odiapua.com

ଉତ୍କଳିୟମ୍ ଫାଉଣ୍ଡେସନର ଜିଲ୍ଲା ସଭାପତି ହେଲେ ସରୋଜ ସାହୁ

ସମ୍ବଲପୁର, ୨୨/୧୧ (ଓଡ଼ିଆ ପୁଅ) : ମାନବ ଅଧିକାର ଉପରେ କାର୍ଯ୍ୟ କରୁଥିବା ସର୍ବ ଭାରତୀୟ ଉତ୍କଳିୟମ ଫାଉଣ୍ଡେସନର ଜିଲ୍ଲା ସଭାପତି ରୂପେ ସାମ୍ବାଦିକ ତଥା ସଂଗଠକ ସରୋଜ ସାହୁ ଙ୍କୁ ସମ୍ବଲପୁର ଜିଲ୍ଳା ସଭାପତି ରୂପେ ମନୋନୀତ କରାଯାଇଛି। ଏହାର ଅଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନ ଏ ନେଇ ଆଜି ଘୋଷଣା କରି ଶ୍ରୀ ସାହୁ ଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟଯେ ବରିଷ୍ଟ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ ଏହାର ପଶ୍ଚିମ ଓଡିଶା ସଂଯୋଜକ ଥିବା ବେଳେ ସାମାଜିକ କର୍ମୀ ଡା ରାଜାରାମ ଷଡଙ୍ଗୀ ପୁର୍ବରୁ ଓଡିଶା ଶାଖା ମହା ସଚିବ ଅଛନ୍ତି। ଜ଼ିଲ୍ଲା ସଭାପତି ମନୋନୀତ ହେବା ପରେ ଶ୍ରୀ ସାହୁ ଙ୍କୁ ଅନେକ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।