Odiapua.com

ଉତ୍କଳମଣି ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକ ସମ୍ବର୍ଦ୍ଧିତ

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସେବା ମାନବିକତାର ମୂଳ ମନ୍ତ୍ର । ସେବା, ସଂଗଠନ,ସାହିତ୍ୟ ଓ ସାମାଜିକତାକୁ ନିଜ ଜୀବନର ବ୍ରତ ବୋଲି ଭାବି ନିର୍ଭୀକ ସତ୍ୟାନୁଶରଣ କରିପାରିଲେ ତାହାହିଁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତି ଶ୍ରେଷ୍ଠ ନିଦର୍ଶନ ହୋଇପାରିବ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଭଦ୍ରକର ଉତ୍କଳମଣି ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସଭାକୁ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ଅଧ୍ୟକ୍ଷତା କରିଥିଲେ । ଭାଗବତ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସଭାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଅଟଳ ବିହାରୀ ନାୟକ, ମୁଖ୍ୟବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ତ୍ୟାଗ ଭୂମିର ଆବାହକ ଅଜୟ ନାୟକ, ଟ୍ରଷ୍ଟର ସଭାପତି ଡ.ପ୍ରସନ୍ନ କୁମାର ରାୟ, ପୂର୍ବତନ ଲୋକ ସମ୍ପର୍କ ବିଭାଗର ଉପ-ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ, ସମାଜସେବୀ ଶ୍ରଦ୍ଧାଞ୍ଜଳି ରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଦୁର୍ନିତି ନିବାରଣ ବିଭାଗର ଉପ-ଆରକ୍ଷୀ ଅଧିକ୍ଷକ ବଙ୍କିମ୍ ବାୱାଲି, ସମାଜସେବୀକା ମମତା ମହାନ୍ତି ପ୍ରମୁଖ ବରିଷ୍ଠ ସାମ୍ବାଦଦାତା ହେମନ୍ତ ସିଂହଙ୍କୁ ପୁଷ୍ପଗୁଚ୍ଛ ସହ ସଂବେଗପତ୍ର(ମୋମେଣ୍ଟନ୍‌), ମାନପତ୍ର, ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରିଥିଲେ ।