Odiapua.com

‘ଉତ୍କଳମଣି ନିଃସ୍ୱାର୍ଥ ସେବା ସଂଗଠନ’ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ୱର, ୧୦ା୭(ଓଡ଼ିଆ ପୁଅ/ଅଭୟ ଦାସ): ଉତ୍କଳମଣି ନିଃସ୍ୱାର୍ଥ ସେବା ସଂଗଠନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆଜି ନୀଳଗିରି ହସପିଟାଲରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ପ୍ରତିଷ୍ଠାତା ଇଂଜିନିୟର ଅମୂଲ୍ୟ କୁମାର ଜେନା ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। କେବଳ ରକ୍ତଦାନ ନୁହେଁ ସଂଗଠନର ନାମ ଅନୁସାରେ ନିଃସ୍ୱାର୍ଥ ପର ଭାବେ ଅବହେଳିତ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେଇ ଆସୁଛି। ଆଗାମୀ ଦିନରେ ବି ସଂଗଠନର ଏହି କାର୍ଯ୍ୟଧାରା ଜାରି ରହିବ ବୋଲି ସେ ମତ ପ୍ରକାଶ କରିଥିଲେ। ସଂଗଠନର ସଦସ୍ୟ ସଦସ୍ୟାଙ୍କ ସମେତ ନୀଳଗିରି ଅଞ୍ଚଳର ବହୁ ଯୁବକ ଯୁବତୀ ଏହି ଶିବିରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ବୀରେନ୍ଦ୍ର ପୋଥାଳ, ବାଦଲ କୁମାର ପଣ୍ଡା, ଅଜୟ ରାଉତ, ସିପ୍ତିକାନ୍ତ ମହାପାତ୍ର, ସରୋଜ ମହାପାତ୍ରଙ୍କ ସମେତ ଉତ୍କଳମଣି ନିଃସ୍ୱାର୍ଥ ସେବା ସଂଗଠନର ବହୁ ସଦସ୍ୟ ସଦସ୍ୟା ଏଥିରେ ଯୋଗଦେଇ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।