Odiapua.com

ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବ ଉଦ୍‌ଯାପିତ, ପ୍ରବଚକ ବିରେନ୍ଦ୍ର ପଣ୍ଡା ଓ ସଂଗ୍ରାମ ଆଚାର୍ଯ୍ୟଙ୍କ ମାର୍ଗଦର୍ଶନ

ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡ଼ା ଠାରେ ଆର.ସି.ଏନ. ମିଡ଼ିଆ ପ୍ରାୟୋଜିତ ଅଷ୍ଟମ ବାର୍ଷିକୀ ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବ ଉଦଯାପିତ ହୋଇ ଯାଇଛି। ପ୍ରାରମ୍ଭରେ ମହତାବଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ବନ୍ତ ତହସିଲଦାର ଅଙ୍କିତା ବାରିକ ଉଦଘାଟନ କରି କହିଲେ, ଆଗରପଡ଼ା ଭଳି ଐତିହାସିକ ମାଟିରେ ଏଭଳି ମହୋତ୍ସବ ଆୟୋଜନ ବାସ୍ତବିକ ପ୍ରଶଂସା ଯୋଗ୍ୟ ଅଟେ। ଏହି କାର୍ଯ୍ୟକ୍‌୍ରମ ଦ୍ୱାରା ଭାଇଚାରାର ସମ୍ପର୍କ ବୃଦ୍ଧି ହେବା ସହିତ ଗ୍ରାମାଞ୍ଚଳରେ ମନୋରଞ୍ଜନର ସୁଯୋଗ ସୃଷ୍ଟି କରିଥାଏ। ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାର୍ଥନା ଚେନାଲର ପ୍ରବଚକ ପଣ୍ଡିତ ବିରେନ୍ଦ୍ର ପଣ୍ଡା ଓ ମୁଖ୍ୟବକ୍ତା ଭାବେ ଅମୃତ ଦର୍ଶନ ପତ୍ରିକାର ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେଇ ସାମ୍ପ୍ରତିକ ଜନଜୀବନ ଉପରେ ଆଲୋକପାତ କରି କହିଲେ, ସାଧାରଣ ଜନତା ଆଜି ନିମ୍ନମୁଖୀ ହୋଇଛି ଓ ସାମାଜିକ ବିଧି ବ୍ୟବସ୍ଥା ଅବକ୍ଷୟ ମୁଖୀ। ଲୋକେ ଯେଉଁ ପରିମାଣରେ ବାହ୍ୟଗତ ପ୍ରକୃତି ଉପରେ ନିଜକୁ ପର୍ଯ୍ୟବେଶିତ କରୁଛି ସେହି ପରିମାଣରେ ଅର୍ନ୍ତମୁଖୀ ହୋଇ ପାରିଲେ ନିଜର ଉନ୍ନତି କରିବା ସହିତ ସମାଜରେ ଉନ୍ନତି ହୋଇ ପାରିବ। ଆମେ ଆମର ସଂସ୍କୃତି ପରମ୍ପରାକୁ ଭୁଲି ଆଧୁନିକ ଯୁଗର କାମୋଦ୍ଦିପକ ନୃତ୍ୟ ପଛରେ ଗୋଡ଼ାଇ ନିଜକୁ ପଥଭ୍ରଷ୍ଟ କରୁଛନ୍ତି। ସୁରା, ନାରୀ, ଧନ ମୋହରେ ବଶବର୍ତ୍ତୀ ହୋଇ ଅତ୍ୟନ୍ତ ନିମ୍ନକାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ସମ୍ମାନିତ ଅତିଥି ଭାବେ ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ବିଧାନସଭାର ନେତା ବଦ୍ରୀନାରାୟଣ ଧଳ କହିଲେ, ଆଗରପଡ଼ାର ମାଟି ମହତାବଙ୍କ ପାଇଁ ଗର୍ବିତ। ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କରାଯାଉ ଥିବା ଏହି ମହୋତ୍ସବ ଆଗାମୀ ଦିନରେ କିପରି ରାଜ୍ୟସ୍ତରୀୟ ମହୋତ୍ସବ ହୋଇ ପାରିବ ସେ ଦିଗରେ ଧ୍ୟାନ ଦିଆଯିବା ଉଚିତ।

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ, ମହତାବ ମଣ୍ଡଳ ସଭାପତି ଶିବାନନ୍ଦ ଦାଶ ଅଧିକାରୀ, ଉପଦେଷ୍ଟା ହରମୋହନ ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ମୋଗଲ ତାମସାର ନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ବାରିକ, କଣ୍ଠଶିଳ୍ପୀ ସନ୍ତୋଷ ବାରିକ, ଇତିଶ୍ରୀ ବାରିକ, ଅତସି ବାରିକଙ୍କୁ ମାନପତ୍ର ଓ ଟ୍ରଫି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ହାଇକୋର୍ଟର ବରିଷ୍ଠ ଆଇନଜୀବି ମନୋଜ ରାୟଙ୍କ ପୌରହିତ୍ୟରେ ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ଖବରଦାତା ହେମନ୍ତ ସିଂହ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ସହ ଏହି ଉତ୍ସବକୁ ସରସ ସୁନ୍ଦର କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେବାସହ ଆଗାମୀ ଦିନରେ ଏହାର କଳେବର ବୃଦ୍ଧି କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଶେଷରେ ଉପ-ସଭାନେତ୍ରୀ ମମତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଆର୍ନ୍ତଜାତୀୟ ଓଡ଼ିଶୀ ନୃତ୍ୟଗୁରୁ ଶୁଭେନ୍ଦୁ ଲେଙ୍କା ଓ ଚିତ୍ତରଞ୍ଜନ ଦାସଙ୍କ ମଞ୍ଚ ଉପସ୍ଥାପନାରେ ଇତିଶ୍ରୀ ବାରିକ, ସର୍ବେଶ୍ୱର ପଣ୍ଡା, ଦିପକ ପୁରୀ, ଦିପ୍ତିମୟୀ ମଣ୍ଡଳ, ସନ୍ତୋଷ କୁମାର ବାରିକ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। କୁନିନୃତ୍ୟ ଶିଳ୍ପୀ ନିଶିପ୍ରଭା ମହାପାତ୍ର, ସୌଭାଗ୍ୟମଞ୍ଜରୀ ପୁହାଣ, ତନୁଶ୍ରୀ ଦାସ, ମନୋଜ ସେନାପତି, ଅମର କୁମାର ଦଳେଇ ନୃତ୍ୟ ପରିବେଷଣ କରିଥିଲେ। ବରିଷ୍ଠ ଉପଦେଷ୍ଟା ରଥ ବେହେରା, କୈଳାସ ଚନ୍ଦ୍ର ଧଳ, ସୁବାଶ ଦାଶ, ମନ୍ମଥ ଦାସ, ଅନ୍ନପୂର୍ଣ୍ଣା ଦାଶ, ରବିନ୍ଦ୍ର ପଣ୍ଡା ଓ ସୁବୋଧ କୁମାର ସାହୁ ନୃତ୍ୟ ସଙ୍ଗୀତ ଶିଳ୍ପୀ ମାନଙ୍କୁ ପୁରସ୍କୃତ କରିଥିଲେ। ସହ ସମ୍ପାଦକ ଗୋପାଳ କୃଷ୍ଣ ଦାଶ, ଅଶୋକ କୁମାର ପରିଡ଼ା, ନିତ୍ୟାନନ୍ଦ ସିଂହ, ଶ୍ୟାମ ସୁନ୍ଦର ଦାସ, ହରିହର ନାୟକ, ସମ୍ରାଟ ସିଂହ, ନିହାର ରଞ୍ଜନ ସାହୁ, ଅମରେନ୍ଦ୍ର ଜେନା, ଶ୍ରଦ୍ଧାଞ୍ଜଳି ସାହୁ, ଆମ୍ରପଲ୍ଲୀ ଗାହାଣ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।