Odiapua.com

ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବର ୬ଷ୍ଠ ସନ୍ଧ୍ୟା, ଖଳନାୟକ ଦାମ, ଦୈତାରୀ ଓ ହିରୋ ଗୌର ଦାସ କଲେ କମାଲ

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡ଼ା ହେମପଦ୍ମ ଗାଲାକ୍ସି ଠାରେ ଚାଲିଥିବା ଅଷ୍ଟମ ବାର୍ଷିକୀ ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବର ୬ଷ୍ଠ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି।। ଅତିଥି ଭାବେ ଯାତ୍ରା କଳାକାର ଦୈତାରୀ ପଣ୍ଡା, ଦାମ ପଣ୍ଡା, ଗୌର ଦାସ ଯୋଗଦେଇ ମହୋତ୍ସବ ମାଧ୍ୟମରେ ଓଡ଼ିଶାର କଳା ସଂସ୍କୃତି ଲୋକଲୋଚନକୁ ଆସି ପାରିଥାଏ ବୋଲ କହିଥିଲେ। ଆଗରପଡ଼ା ଏକ ଐତିହାସିକ ମାଟି ଯାହା ସହିତ ସେମାନଙ୍କ ଦୀର୍ଘଦିନର ସମ୍ପର୍କ ରହିଛି। ଏହି ମାଟି କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷରେ ସଂଗ୍ରାମୀ ମାଟି ଭାବେ ପରିଚିତି ଲାଭ କରିଛି। ସ୍ୱାଧୀନତା ସମୟରେ ପ୍ରଥମ କର୍ମମନ୍ଦିର ଭାବେ ଡ଼ଃ ମହତାବଙ୍କ କର୍ମସ୍ଥଳୀ ଆଗରପଡ଼ା ଭାରତ ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି। ଏହି ଅବସରରେ ଯାତ୍ରା ପାର୍ବତୀ ଗଣନାଟ୍ୟର ଖଳ ନାୟକ ଦୈତାରୀ ପଣ୍ଡା ଓ ଦାମ ପଣ୍ଡାଙ୍କ ‘କଉଡ଼ି ଖେଳ’, ‘ମୁନି ବଦନାମ ହୁଇ’ର ସଂଳାପ ଓ ବାଘାଯତିନ ଲୋକନାଟ୍ୟର ମୁଖ୍ୟ ନାୟକ ଗୌର ଦାସଙ୍କ ଅଭିନୟ ଓ ସଂଳାପ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଉପସଭାନେତ୍ରୀ ମମତା ମହାନ୍ତି, ଉପଦେଷ୍ଟା କୈଳାସ ଧଳ, ପ୍ରଦିପ ସିଂହ ପ୍ରମୁଖ ମଞ୍ଚାସୀନ ହୋଇ ମହୋତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ମହୋତ୍ସବ କମିଟର ସଭାପତି ଆଇନଜୀବି ମନୋଜ ରାୟ ସଭାପତିତ୍ୱ କରିଥିବା ବେଳେ କମିଟିର ସାଧାରଣ ସମ୍ପାଦକ ଖବରଦାତା ହେମନ୍ତ ସିଂହ ମଞ୍ଚ ପରିଚାଳନା କରିଥିଲେ। ସୁବୋଧ କୁମାର ସାହୁ ଅତିଥି ପରିଚୟ, ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ କୁମାର ସାନୁ ମଲ୍ଲିକ, ସଙ୍ଗୀତଜ୍ଞ କୁମାର ଜାନୁ, ଦୈତାରୀ ପଣ୍ଡା, ଦାମ ପଣ୍ଡା, ଗୌର ଦାସଙ୍କୁୁ ସମ୍ପର୍ଦ୍ଧନା ପତ୍ର, ଟ୍ରଫି, ଉତ୍ତୋରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଉପ-ସଭାନେତ୍ରୀ ମମତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଜ୍ୟୋତିଷ ଓ ଶୁଭେନ୍ଦୁ ଲେଙ୍କାଙ୍କ ଉପସ୍ଥାପନାରେ ଗଙ୍ଗାଧର ଜେନାଙ୍କ ସଙ୍ଗୀତ ସରଗମ ଗ୍ରୁପ ପକ୍ଷରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ନୃତ୍ୟ ସଙ୍ଗୀତ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହୋତ୍ସବ କମିଟିର ସହ ସମ୍ପାଦକ ଗୋପାଳ କୃଷ୍ଣ ଦାଶ, ଉପଦେଷ୍ଟା ମନ୍ମଥ ଦାସ, ରଥ ବେହେରା, ରବିନ୍ଦ୍ର ପଣ୍ଡା, ଉପ-ସଭାପତି ଅମୀୟରଞ୍ଜନ ରାମ, ଅଶୋକ କୁମାର ପରିଡ଼ା, ଚିତ୍ତରଞ୍ଜନ ଦାସ, ନିହାର ସାହୁ, ବାବୁଲି ପତି, ତାପସ ରାୟ, ମାନସ ରାୟ, ଦିପକ ପୁରୀ, ଆମ୍ରପଲ୍ଲୀ ଗାହାଣ, ଅତସି ବାରିକ, ଇତିଶ୍ରୀ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।