ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆଗରପଡ଼ାସ୍ଥିତ ହେମପଦ୍ମଗାଲାକ୍ସି ଠାରେ ଚାଲିଥିବା କୁସୁମ ଟିଭି ପ୍ରାୟୋଜିତ ୭ମବାର୍ଷିକୀ ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବର ଆଜି ୨ୟ ସନ୍ଧ୍ୟାରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ତଥା ପ୍ରାକ୍ତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଡ଼ଃ ହରେକୃଷ୍ଣ ମହତାବଙ୍କ ଆଦର୍ଶ ସବୁବେଳେ ଅନୁକରଣୀୟ । ଏହି ଆଦର୍ଶକୁ ପାଥେୟ କରି ଅଗ୍ରସର ହେବାକୁ ସେ ଯୁବପୀଢିମାନଙ୍କୁ ପରାମର୍ଶ ଦେଇଥିଲେ । ସେ ପୁଣି କହିଲେ, ସରକାରଙ୍କ ଭୁଲ ନୀତି ଯୋଗୁଁ ଲୋକେ ଆଜି ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତିକରୁଛନ୍ତି । କେବଳ ୧% ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ଘଟୁଥିବା ବେଳେ ଅନ୍ୟମାନେ ତଳକୁ ତଳ ଯାଉଛନ୍ତି । ବର୍ତ୍ତମାନ ଦେଶ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ଆମ ସମସ୍ତଙ୍କୁ ସଚେତନ ହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଚଳଚିତ୍ର ନିର୍ଦ୍ଦେଶକ ତଥା ସାମ୍ବାଦିକ ଦୀପକ କୁମାର ତ୍ରୀପାଠୀ ତାଙ୍କ ବକ୍ତବ୍ୟରେ ଆଗରପଡ଼ା ପରି ଏକ ଛୋଟିଆ ଅଞ୍ଚଳରେ ଏହିପରି ମହୋତ୍ସବ ଆୟାଜନ କରାଯିବା ବାସ୍ତବିକ ସ୍ୱାଗତଯୋଗ୍ୟ ।
ମହୋତ୍ସବ ଏ ଅଞ୍ଚଳ ପାଇଁ ଏକତାର ପରିଚୟ ଦେଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ ଦାସ, ବିଟିପୁର ସରପଞ୍ଚ ସତ୍ୟବାନ ଦାସ, କଂଗ୍ରେସ ରାଜ୍ୟ ସମ୍ପାଦକ ଲାଲା ସ୍ୱାଇଁ, ଅଣିଜୋ ସରପଞ୍ଚ ଜଗବନ୍ଧୁ ବେହେରା ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହୋତ୍ସବର ଦୀର୍ଘଜୀବି କାମନା କରିଥିଲେ । ମହୋତ୍ସବ କମିଟିର ସଭାପତି ହାଇକୋର୍ଟର ଆଇନଜୀବି ମନୋଜ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମ୍ପାଦକ ସାମ୍ବାଦିକ ହେମନ୍ତ ସିଂହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଖିଥିଲେ । ଏହି ଅବସରରେ ସଂଚାର ନୃତ୍ୟଗୁରୁ ମୁକ୍ତିକାନ୍ତ ମିଶ୍ରଙ୍କୁ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସମ୍ପର୍କ ଗ୍ରୁପର ସ୍ମୃତିରଞ୍ଜନ ବାରିକ ଓ କଳାକାର ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଶିକ୍ଷାବିତ ରମାକାନ୍ତ ଜେନାଙ୍କ ମଞ୍ଚ ପରିଚାଳନାରେ ଅର୍ନ୍ତଜାତୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶୁଭେନ୍ଦୁ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସମ୍ପର୍କ ଡ଼୍ୟାନ୍ସ ଗ୍ରୁପ ପକ୍ଷରୁ ବିଳମ୍ବିତ ରାତ୍ର ଯାଏ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଉପ-ସଭାପତି ଗୋପାଳକୃଷ୍ଣ ଦାଶ, ଉପଦେଷ୍ଟା ରଥ ବେହେରା, ପୃଥୀରାଜ ଦାସ, କୈଳାସ ଧଳ, ମନ୍ମଥ କୁମାର ଦାସ, ସାମ୍ବାଦିକ ଅକ୍ଷୟ ଦିଂହ, ପ୍ରଦ୍ୟୁମ୍ନ ପୁହାଣ, ବିଶ୍ୱରଞ୍ଜନ ପଣ୍ଡା, ଅମିତାବାଳା ନାୟକ, ଲକ୍ଷ୍ମୀପ୍ରିୟା ମହାପାତ୍ର, ସ୍ୱାଗତିକା ରାଉତ, ଚଞ୍ଚଳା ସାହୁ, ଚିତ୍ତରଞ୍ଜନ ଦାସ, ତପନ କୁମାର ଦାସ, ଦୀପକ କୁମାର ପୁରୀ, ଶ୍ରଦ୍ଧାଞ୍ଜଳି ବାରିକ, ଶ୍ରଦ୍ଧାଞ୍ଜଳି ସାହୁ, ଜ୍ୟୋସ୍ନା ପେଡ଼ି, ଅଶୋକ ପରିଡ଼ା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।