Odiapua.com

ଉତ୍କର୍ଷ ଓଡିଶା – ମେକ୍ ଇନ ଓଡିଶା କନକ୍ଲେଭ୍ ୨୦୨୫

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ନିବେଶ ପ୍ରୋତ୍ସାହନ ଏଜେନ୍ସି (ଡିଆଇପିଏ) , ଭଦ୍ରକ, ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ର ଙ୍କ ସହଯୋଗରେ ଉତ୍କର୍ଷ ଓଡିଶା – ମେକ୍ ଇନ ଓଡିଶା କନକ୍ଲେଭ୍ ୨୦୨୫ ପ୍ରସାର ପାଇଁ ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ପ୍ରଚାର ସଭାର ସଫଳ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା । ଜିଲ୍ଲା ଶିଳ୍ପ କେନ୍ଦ୍ର ର ସାଧାରଣ ପରିଚାଳକ ସୂର୍ଯ୍ୟ କାନ୍ତ ବେହେରା ଆଇ ପି ଓ ଶଶିକାନ୍ତ ବେହେରା, ଓ ଏ ଏସ ଏମ୍ ଇ ସଚିବ,ସୁଶାନ୍ତ ନାୟକ , ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଅନ୍ୟାନ୍ୟ ଡିଆଇସି ଅଧିକାରୀମାନେ ଏବଂ ଅନେକ ସ୍ଥାନୀୟ ଉଦ୍ୟୋଗପତି ଓ ପ୍ରମୋଟରମାନଙ୍କର ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଉତ୍କର୍ଷ ଓଡିଶା – ମେକ୍ ଇନ ଓଡିଶା କନକ୍ଲେଭ ୨୦୨୫ ର ଶିଳ୍ପ ଉନ୍ନୟନ ଓ ନବୋନ୍ମେଷ ପାଇଁ ମହତ୍ୱ ବିଷୟରେ ଏକ ବିସ୍ତୃତ ଆଲୋଚନା କରାଯାଇଥିଲା। ପ୍ରକ୍ରିୟା ବିଷୟରେ ସମ୍ପୂର୍ଣ୍ଣ ବ୍ୟାଖ୍ୟା ଏବଂ ଉଦ୍ୟୋଗପତିମାନଙ୍କୁ ଭାଗୀଦାର କରିବା ପାଇଁ ଉତ୍ସାହିତ କରାଯାଇଥିଲା । ମେକ୍ ଇନ ଓଡିଶା ୱେବସାଇଟ୍ ବିଷୟରେ ପ୍ରସ୍ତାବନା ଓ ଏହାର ବିଶେଷତା ଏବଂ ସୁବିଧା ବିଷୟରେ ଅବଗତ କରାଯାଇଥିଲା । ଜମା ପ୍ରକ୍ରିୟା ସହଜ କରିବାକୁ ଏକ ଅନ୍ ଦ୍ୟ ସ୍ପଟ୍ (ଆଇଆଇଏଫ) ଡ୍ରାଇଭ୍ ଆୟୋଜନ ବିଷୟ ରେ ମଧ୍ୟ ସୂଚନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଆଗାମୀ ମେକ୍ ଇନ ଓଡିଶା କନକ୍ଲେଭ୍ ୨୦୨୫ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଜିଲ୍ଲାର ଶିଳ୍ପ ଉନ୍ନୟନରେ ସ୍ଥାନୀୟ ଉଦ୍ୟୋଗପତିମାନଙ୍କୁ ଅଂଶଗ୍ରହଣ କରିବା ପାଇଁ ପ୍ରେରିତ କରିବା। ସଭାରେ, ଡେପୁଟି କଲେକ୍ଟର ପ୍ରକାଶ କରିଥିଲେ ଯେ, ଏକ ଉଦ୍ୟମ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ତିଆରି କରିବାର ଆବଶ୍ୟକତା ଓ କନକ୍ଲେଭ୍ ଦ୍ୱାରା ମିଳୁଥିବା ସୁଯୋଗଗୁଡ଼ିକୁ କିପରି ତାର ଲାଭ ଉଠାଇପାରିବ। ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳ ଭାବେ ସମାପ୍ତ ହୋଇଥିଲା। ଯେଉଁଠାରେ ଭାଗୀଦାରମାନେ ଉତ୍ସାହ ଜଣାଇଥିଲେ ଏବଂ ମେକ୍ ଇନ ଓଡିଶା କନକ୍ଲେଭ୍‌ରେ ସକ୍ରିୟ ଭାବେ ଭାଗ ନେବା ପାଇଁ ପ୍ରତିବଦ୍ଧ ହୋଇଥିଲେ।