Odiapua.com

ଉଠା ଦୋକାନ ଉପରେ ଚଢିଗଲା ଟ୍ରକ, ଡ୍ରାଇଭର ଗୁରୁତର

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ରାଣିତାଲ ବଜାରରେ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଆଡକୁ ଯାଉଥିବା ଏକ ଟ୍ରକ ( ଟିଏନ ୩୪ଓ୍ୟାଇ ୦୪୭୩) ଭାରସାମ୍ୟ ହରାଇ ଅଚାନକ ରାସ୍ତା କଢରେ ଥିବା ଉଠା ଦୋକାନୀକୁ ଭାଙ୍ଗିବା ସହ ନୂଆ ତିଆରୀ ହୋଇଥିବା ଡ୍ରେନ କାନ୍ଥକୁ ଧକକା ମାରିଥିଲା। ଟ୍ରକ ଧକକାର ଶବ୍ଧ ଶୁଣି କିଛି ଦୋକାନୀ ବାହାରକୁ ଆସି ବହୁ କଷ୍ଟରେ ଗାଡି ଚାଳକକୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନା ପଠାଇଥିଲେ। ସୈାଭାଗ୍ୟ ବସତଃ ଦୋକାନରେ କେହି ନଥିବା ବେଳେ ତ୍ରିଲୋଚନ ପଣ୍ଡା ଓ ମୁରଲୀ ସାହୁଙ୍କ ଦୋକାନ ପୁରା ଧୂଳିସାତ ହୋଇଯାଇଛି। ଏହି ଦୋକାନରୁ ରୋଜଗାର କରି ସଂସାର ଚଳାଉଥିବା ଉହି ଉଠା ଦୋକାନୀଙ୍କୁ ସାହାର୍ଯ୍ୟ କରିବାକୁ ସାଧାରଣରେ ଦାବି ହେଉଛି। ଏଠାରେ ସ୍ମରଣ ଯୋଗ୍ୟ ରାଣୀତାଲରେ ଉଠାଦୋକାନୀଙ୍କ ପାଇଁ ପଂଚାୟତ କିମ୍ବା ପ୍ରଶାସନ ସ୍ଥରରେ କୈାଣସି ବ୍ୟବସ୍ଥା ହେଉ ନଥିବାରୁ ଏହି ରାସ୍ତା କଢରେ ଜୀବନକୁ ବାଜି ଲଗାଇ ପରିବାର ଚଳାଉଥିବା ଆଲୋଚନା ହେଉଛି। ଏଥିପ୍ରତି ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।