Odiapua.com

ଉଠା ଦେକାନୀଙ୍କ ବିୟୋଗରେ ଶୋକସଭା

ବାଲେଶ୍ୱର, ୮ା୧(ଓଡ଼ିଆ ପୁଅ/ଅଭୟ ଦାସ): ଦିବଂଗତ ଉଠାଦେକାନୀ କମଳ ଲୋଚନ ବେହେରାଙ୍କ ଉଦ୍ଦେଶ୍ୟରେ ବାଲେଶ୍ୱର ପଥ ବିକ୍ରେତା ସଂଘ ପକ୍ଷରୁ ସିନେମାଛକଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଂଗଠନର କର୍ମକର୍ତ୍ତା ମହିନୀ ମୋହନ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ଦାସ, ମନୋରଂଜନ ଦାସ, ଗଜେନ୍ଦ୍ର ଦାସ, ଅନନ୍ତ ରଂଜନ ସିଂ, ଅଶୋକ କୁମାର ଅଗ୍ରୱାଲ, ରାକେଶ ଦ୍ୱିବେଦୀ, କୈଳାସ ଚନ୍ଦ୍ର ମହାନ୍ତ, ବଳରାମ ପୃଷ୍ଟି, ସନାତନ ବେହେରା ପ୍ରମୁଖ ଏଥିରେ ଯୋଗଦେଇ ଦିବଂଗତ ଦୋକାନୀ ସ୍ୱର୍ଗତ ବେହେରାଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ଉଠାଦୋକାନୀଙ୍କ ସ୍ୱାର୍ଥରକ୍ଷା ଦିଗରେ ସେ ସର୍ବଦା ଚେଷ୍ଟା କରୁଥିଲେ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ତାଙ୍କର ଅବର୍ତ୍ତମାନ ଉଠା ଦୋକାନୀ ସଂଘର ସାଂଗଠନିକ କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ସଂଘ ପକ୍ଷରୁ ସ୍ୱର୍ଗତ ବେହେରାଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ସହ ନିରବ ପ୍ରାର୍ଥନା କରି ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ହୃଦଘାତରେ ଆକ୍ରାନ୍ତ ହୋଇ ଗତ ୬ ତାରିଖ ଦିନ ଭୁବନେଶ୍ୱରରେ ତାଙ୍କର ଦେହାନ୍ତ ହୋଇଥିଲା।