Odiapua.com

ଉଜ୍ଜ୍ୱଳା ଯୋଜନା ପାଇଁ ଜଙ୍ଗଲ ଧ୍ୱସଂହେବାରୁ ରକ୍ଷାପାଇଛି,ମାଲକାନଗିରି ଜିଲ୍ଲାରେ ୭୧.୦୨୫ ଘରକୁ ଉଜ୍ଜ୍ୱଳା ଯୋଜନାରେ ସାମିଲ

ମାଲକାନଗିରି,୨୯ା୧୨(ଓଡିଆ ପୁଅ ) ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକାରି ହେଲାପରେ ଗାଁର ଲୋକ ମାନଙ୍କୁ ଆଉ ଜଙ୍ଗଲକୁ  ଜାଳେଣି କାଠ ସଂଗ୍ରହ ପାଇଁ ଯିବାକୁପଡୁନାହିଁ, ଏହା ଦ୍ୱାରା ଜଙ୍ଗଲ ଧ୍ୱସଂରୁ ରକ୍ଷା ପାଇପାରିଛି । ଚୁଲି ଓ କାଠ ବାଉଁସ ଜାଳେଣିର ଧୁଆଁରେ ମହିଳା ମାନେ ବହୁପରିମାଣରେ ଫୁସଫୁସ୍ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଗାଁ ଗାଁରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ରନ୍ଧନଗ୍ୟାସ ରିହାତି ମୂଲ୍ୟରେ ଯୋଗାଇ ଦିଆ ଯାଉଥିବାରୁ ମହିଳା ମାନେ ବହୁତ ଖୁସିରେ ଅଳ୍ପ ସମୟ ମଧ୍ୟରେ ରାନ୍ଧିପାରୁଛନ୍ତି । ଏହା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଅଧିକ ମାତ୍ରାରେ କାର୍ଯ୍ୟକାରି ହେବାପାଇଁ ଚେଷ୍ଟା ଚାଲିଛି,ବିଶେଷ କରି ବଣ୍ଡାଘାଟିର ଆଦିମ ବଣ୍ଡା ଜନଜାତୀ ଓ ସ୍ୱାଭିମାନ ଅଚଂଳରେ ମଧ୍ୟ ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକାରି ହୋଇ ସାରିଛି,ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ସ୍ୱଚ୍ଛରୋଷେଇ ଇନ୍ଧନର ଉପଲଦ୍ଧତା ସମସ୍ତଙ୍କ ପାଇଁ ସବୁବେଳେ ସର୍ବତ୍ର ଏବେ ଘରେ ଘରେ ପହଁଚିଛି ଉଜ୍ଝଳା ଯୋଜନାର ରନ୍ଧନ ଗ୍ୟାସ ବୋଲି ମାଲକାନଗିରି ରକହିଲ ଲଜ୍ ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଜିଲ୍ଲା ଉଜ୍ଜ୍ୱଳା ଯୋଜନାର ନୋଡାଲ ଅଫିସର ମ୍ରୀନାଲକାନ୍ତୀ ବାନାର୍ଜୀ  ଏହା କହିଛନ୍ତି । ଜିଲ୍ଲାରେ ୨୦୧୪ମସିହାରେ ଏଲପିଜି ଗ୍ରାହକ ସଂଖ୍ୟା ମାତ୍ର ୭ହଜାର ଥିଲା ,ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକାରି ହେବାପରେ ତାହା ବୃଦ୍ଧିପାଇ ୭୧.୦୨୫ ହଜାରରେ ପହଁଚି ପାରିଛି ।  ଜିଲ୍ଲାରେ ସାତଟି ବ୍ଲକରେ ୮ଟି ସ୍ଥାନରେ ଏଲପିଜି ବିତରକ ରହିଛନ୍ତି । ଆଗକୁ ଆହୁରି ଅଧିକ ୨ଟି ବିତରକଙ୍କୁ ନିଯୁକ୍ତି କରାଯିବ,ଜିଲ୍ଲାରେ ୬.୧୪ଲକ୍ଷ ଜନସଂଖ୍ୟା ଓ ୧.୫୩ଲକ୍ଷ ଘର ରହିଛି । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୭୧.୦୨୫ ଟି ଘରକୁ ସାମିଲ କରା ଯାଇ ସେମାନଙ୍କୁ ରନ୍ଧନ ଗ୍ୟାସ ଯୋଗାଇ ଦିଆ ଯାଇଛି  ବୋଲି ଏସଡିପି ସ୍ତିତିପ୍ରଜ୍ଞା ଦାଶ ଓ ନୋଡାଲ ଅଫିସର ଶ୍ରୀ ବାନାର୍ଜୀ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ପଚଂବଟୀ ଗ୍ୟାସ ଏଜେନ୍ସିର ପରିଚାଳକ ବିଷ୍ଣୁପ୍ରସାଦମିଶ୍ର,ବାଳିମେଳା ଏଚ୍.ପି.ଗ୍ୟାସ ଏଜେନ୍ସିର ପରିଚାଳକ ଅଜୟକୁମାର ମାଢି,ସଙ୍କର ସାହା,ବିଜୁ ସରକାର,ଭାସ୍କର ରାଓ,ଆଦିତ୍ୟ ବାୟିଓ,ଅଶୋକ କୁମାର ପରିଡା,ରାଘବରାଓ ପ୍ରମୁଖ ରନ୍ଧନଗ୍ୟାସ ବିତରକ ମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ ।