Odiapua.com

ଉଜ୍ଜ୍ୱଳା ଯୋଜନାରେ ୨୬ ମହିଳାଙ୍କୁ ମାଗଣା ଗ୍ୟାସ ବିତରଣ

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ସରସଦା ଗ୍ରାମରେ ରବିବାର ୨୬ ଜଣ ମହିଳାଙ୍କୁ ‘ଆରଡେଶ୍ୱର ଇଣ୍ଡେନ ଗ୍ୟାସ’ ବିତରଣ ଆଉଟଲେଟ ପକ୍ଷରୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ମାଗଣା ରନ୍ଧନ ଗ୍ୟାସ ସଂଯୋଗ କିଟ୍ ରବିବାର ପ୍ରଦାନ କରାଯାଇଛି । ବିତରକ ଆଉଟଲେଟ ଉଦ୍ୟୋଗୀ ସୁଧାକର ମଲ୍ଲିକଙ୍କ ସଂଯୋଜନାରେ ଓ ସ୍ଥାନୀୟ ନାଏବ ସରପଞ୍ଚ ନିରୂପମା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଭାରତୀୟ ଜନତା ପାର୍ଟି ବିଧାନସଭା ନିର୍ବାଚନମଣ୍ଡଳୀ ନେତା ବଦ୍ରୀନାରାୟଣ ଧଳ ମୁଖ୍ୟଅତିଥି, ବରିଷ୍ଠ ନେତା ସୁଧାଂଶୁ ନାୟକ, ରାମଚନ୍ଦ୍ର ସେନାପତି, ମଣ୍ଡଳ ସଭାପତି ଗିରିଶ ସାମଲ, ଜିତେନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ୪୬ ଜଣ ହିତାଧିକାରୀଙ୍କୁ ମାଗଣାରେ ରନ୍ଧନ ଗ୍ୟାସ ସିଲିଣ୍ଡର, ଚୁଲା, ସଂଯୋଗ କିଟ ପ୍ରଦାନ କରି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ମହିଳାମାନଙ୍କ ସୁବିଧା ପାଇଁ ଏହି ପଦକ୍ଷେପ ଏକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିତରକ ଆଉଟଲେଟ ପରିଚାଳକ ଚନ୍ଦନ ଭଞ୍ଜ, କର୍ମଚାରୀ ଅର୍ପିତା ବିଶ୍ୱାଳ, ବିରେନ୍ଦ୍ର ଚନ୍ଦ, ସତ୍ୟବ୍ରତ ଯେନା, ପ୍ରଦ୍ମନାଭ ପ୍ରଧାନ, ଦେବେନ୍ଦ୍ର ବେହେରା, ଅନ୍ତର୍ଯ୍ୟାମୀ ସାହୁ, ନିକୁଞ୍ଜ ବିହାରୀ ସାହୁ, ଯଦୁନାଥ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।