Odiapua.com

ଉଛୁଳିଳା ବୈତରଣୀ ଓ ସାଳନ୍ଦୀ, ଗାଁରେ ପଶିଲା ଜୁଆର ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଘୁଚାପ ପ୍ରଭାବରେ ବୈତରଣୀ ଓ ସାଳନ୍ଦୀ ନଦୀ ଉଛୁଳି ଆରଡି ନିକଟସ୍ଥ ଶୀତଳପୁର, ପାଲଟପୁର, ସାନପଙ୍କି, କୁଲିବିନ୍ଧା, ଗରିପୁର ଆଦି ଗାଁରେ ପିସି ଜୁଆରପାଣି। ଏମିତିକି ଗାଁ ଗାଁରେ ଭାଙ୍ଗିଛି ଲହଡି ପାଣି। ବିଶେଷକରି ଶୀତଳପୁର ଗାଁ ଦାଣ୍ଡରେ ଜୁଆରପାଣି ପ୍ରବାହିତ ହେଉଥିବାରୁ ବିଭିନ୍ନ ସମୟରେ ସାଳନ୍ଦୀ ନଦୀରେ ଥିବା ବଡବଡ କୁମ୍ଭୀର ଶୋଇ ରହୁଛନ୍ତି। ଭୟରେ ଗାଁ ଲୋକଙ୍କ ଯାତାୟତ ଠପ୍ ହୋଇଯାଇଥିବାବେଳେ ଭୟରେ ନଇକୂଳିଆ ଲୋକ ଘର ଛାଡି ଅନ୍ୟତ୍ର ଆଶ୍ରୟ ନେଇଥିବା ଜଣାପଡିଛି। ରାସ୍ତାରେ ଜୁଆର ସମୟ ଠାରୁ ଭଟା ପର୍ଯ୍ୟନ୍ତ ସମୁଦ୍ର ପାଣି ଲହଡି ମାରିବା ଫଳରେ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ନଯାଇ ଘରେ ରହୁଛନ୍ତି। ସେହିପରି ନଈକୂଳରେ ବସବାସ କରୁଥିବା ୨୦ ରୁ ଅଧିକ ପରିବାର ଭୟରେ ଜୀବନ ବିତାଉଛନ୍ତି। ଏବେ ସମୁଦ୍ର ଜୁଆର ପାଣି ଦୁର୍ବିସହ କରିଛି। ଏହାସହ ଶହ ଶହ ଏକର ଧାନତଳି କ୍ଷେତରେ ପାଣି ମାଡିଯାଇ ଗତ ୨ ଦିନ ହେବ ଲହଡି ଭାଙ୍ଗୁଥିବାର ଧାନତଳି ପଚିବା ଆଶଙ୍କା ଦେଖାଦେଇଛି।