Odiapua.com

ଉଚ୍ଚଶିକ୍ଷା ବିଭାଗ ଆଚଂଳିକ ନିର୍ଦ୍ଦେଶକ ଙ୍କ ମାଲକାନଗିରି କଲେଜ ପରିଦର୍ଶନ

ମାଲକାନଗିରି,୧୨ା୧୧ (ଓଡିଆ ପୁଅ )ଉଚ୍ଚଶିକ୍ଷା ବିଭାଗ ଆଚଂଳିକ ନିର୍ଦ୍ଦେଶକ ଡ.ତ୍ରୀନାଥ ପ୍ରସାଦ ରଥ,ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ମୁଖ୍ୟ ଡ.ସଦାନନ୍ଦ ନାୟକ,ଡକ୍ଟର ସାନ୍ତନୁକୁମାର ଦାସ ଆଜି ମାଲକାନଗିରି ଜିଲ୍ଲାର ବହୁପୁରାତନ କଳା ମହାବିଦ୍ୟାଳୟ ପରିଦର୍ଶନ କରି କଲେଜର ସ୍ଥାୟୀ ସିକୃତି ପାଇଁ ଭିତିଭୁମି ତନଖି କରି ସନ୍ତୋଷ ପ୍ରକାଶ କରିଛନ୍ତି । ମହାବିଦ୍ୟାଳୟ ର ଶ୍ରେଣୀଗୃହ, ପାଠାଗାର, ପାଠ୍ୟଖସଡା,ଅଧ୍ୟାପକ, ଅଧ୍ୟାପିକା ଉପସ୍ଥାନ,ଛାତ୍ର ଛାତ୍ରୀ ମାନଙ୍କ ପରୀକ୍ଷାଫଳ ର ସଫଳତା,କେଲଜ ପରିସର ସବୁ କିଛି ତଦାରଖ କରି ଖୁସି ହୋଇଯାଇଥିଲେ । ଏହି ଅବସରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡ.ରଜଂନକୁମାର ସ୍ୱାଇଁ,ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ,ଅଧ୍ୟାପକ ଲିଙ୍ଗରାଜ ମିଶ୍ର,ପ୍ରମେୟ କୁମାର ମହାନ୍ତି,ଗୌତମ ନାୟକ,ଅଧ୍ୟାପିକା ନମିତା ଦଣ୍ଡସେନା,ଲିପ୍ସା ରାଣୀ ନାୟକ,ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ,ଏହି ଅବସରେ ସମସ୍ତଶିକ୍ଷାର୍ଥୀ ବାହିନୀର ଛାତ୍ର ମାନେ ଅତିଥି ମାନଙ୍କୁ ସ୍ୱାଗକ ଜଣାଇ କଲେଜ ମଧ୍ୟକୁ ପାଛୋଟି ନେଇ ଯାଇଥିଲେ ।