ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଗେଲପୁର ସ୍ଥିତ ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାର ଙ୍କ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡିଶାରେ ରାଜ୍ୟ ସରକାର ସାମାଜିକ ଆର୍ôଥକ ଅନଗ୍ରସର ପଛୁଆ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ୧୧. ୨୫ ପ୍ରତିଶତ ସଂରକ୍ଷଣ ନିଷ୍ପତି ନେଇଥିବାରୁ ଭଦ୍ରକ ଭାଜପା ଓବିସି ମୋର୍ଚ୍ଚା ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ଆଜି ଭଦ୍ରକ ଜିଲା ଭାଜପା କାର୍ଯ୍ୟାଳୟରେ ଜିଲା ସଭାପତି ଭଗବାନ ପଣ୍ଡାଙ୍କ ସଂଯୋଜନାରେ ଭାଜପା ରାଜ୍ୟ ଓବିସି ସଭାପତି ସୁରଥ କୁମାର ବିଶ୍ୱାଳ ଯୋଗ ଦେଇ ସରକାର ଙ୍କ ଏହି ଐତିହାସିକ ନିଷ୍ପତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ତେବେ ଦୀର୍ଘ ବର୍ଷ ଧରି ଦେଶରେ କଂଗ୍ରେସ ଓ ରାଜ୍ୟରେ ବିଜେଡି ଦୀର୍ଘ ବର୍ଷ ଶାସନ କରି ଆସିଥିଲେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିନଥିଲେ । ଖାଲି ମିଛ ଆଶ୍ୱାସନା ଦେଇ ଲୋକଙ୍କୁ ଠକିଥିବା କହିଥିଲେ । ବିଜେଡ଼ି ରାଜ୍ୟରେ ୨୭ % ସଂରକ୍ଷଣ ଦାବି କରୁଥିଲା ଯାହା ମୋଟ ସଂରକ୍ଷଣର ୫୦ % ଠାରୁ ଅଧିକ ହେଉଥିଲା । ଯାହା ସୁପ୍ରିମ କୋର୍ଟ ନିୟମ ବାହାରେ ହୋଇଥିବାରୁ ଖାରଜ ହୋଇଥିଲା । ଏବେ ଏହାକୁ ବିରୋଧ କରିବା ହାସ୍ୟାସ୍ପଦ ବୋଲି କହିଥିଲେ । ସମ୍ମିଳନୀରେ ପୂର୍ବତନ ଜିଲ୍ଳା ସଭାପତି ବନ୍ଦ୍ରି ନାରାୟଣ ଧଳ, ଭଣ୍ଡାରିପୋଖରୀ ବିଧାନସଭା ନେତା ଡ଼ ସୁଧାଂଶୁ ଶେଖର ନାୟକ, ଜିଲା ଓବିସି ମୋର୍ଚ୍ଚା ସଭାପତି ବୀରେନ୍ଦ୍ର ଜେନା, ରାଜ୍ୟ ସଂଯୋଜକ ଉମାକାନ୍ତ ଦାସ, ବୁଦ୍ଧଦେବ ଜେନା, କମଳାକାନ୍ତ ସୁତାର, ଉଦୟ ନାରାୟଣ ମଲ୍ଲିକ, ଚତୁର୍ଭୁଜ ନାୟକ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ।