Odiapua.com

ଉଚ୍ଚପୁଲିସ ଅଧିକାରୀଙ୍କ ଗସ୍ତପରେ ସ୍ୱାଭିମାନ ଅଚଂଳ ରେ ଲ୍ୟାଣ୍ଡମାଇନ ବିସ୍ପୋରଣ,ଅଳ୍ପକେ ବର୍ତିଲେ ଦୁଇ ଯୁବକ

ମାଲକାନଗିରି,୧୫ା୨(ଓଡିଆ ପୁଅ ) ଭାରତ ସରକାରଙ୍କ ସ୍ୱତନ୍ତ୍ର ସୁରକ୍ଷା ବିଭାଗ ବରିଷ୍ଠ ଉପଦେଷ୍ଠା କେ.ବିଜୟକୁମାର ଓ ଆନ୍ଦ୍ରପ୍ରଦେଶ ଓଡିଶା ର ଉଚ୍ଚପୁଲିସ ଅଧିକାରୀ ଙ୍କ ସହିତ ବିଏସଏଫ ଉଚ୍ଚଅଧିକାରୀ ମାଓଗଡ ସ୍ୱାଭିମାନ ଅଚଂଳ ପରିଦର୍ଶନ କରି ମାଓସମସ୍ୟା ନେଇ ସମୀକ୍ଷା ବୈଠକ କରିଫେରିବାର କିଛି ଘଟାଂପରେ ସ୍ୱାଭିମାନଅଚଂଳରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣ ଘଟି ଅଳ୍ପକେ ବର୍ତି ଯାଇଛନ୍ତି ଦୁଇ ଯୁବକ । ଆଜି ସକାଳେ ସ୍ୱାଭିମାନ ଅଚଂଳ ଗସ୍ତକରି ଉଚ୍ଚପୁଲିସ ଅଧିକାରୀ ମାନେ ମାଲକାନଗିରି କୁ ଫେରିଆସିଥିଲେ । ସ୍ୱାଭିମାନ ଅଚଂଳ ବିଏସଏଫ କ୍ୟାମ୍ପ ନିକଟ ହନ୍ତାଳଗୁଡା ମୁଖ୍ୟରାସ୍ତାରେ ପୁଲିସକୁ ଟାର୍ଗେଟ କରି ମାଓବାଦୀ ମାନେ ପୋତିଥିବା ଦୁଇଟି ଲ୍ୟାଣ୍ଡମାଇନ ଆଜି ଅପରାହ୍ନରେ ବିସ୍ପୋରଣ ଘଟିଛି,ଏହି ବିସ୍ପୋରଣରେ କେହି ମୃତଆହତ ହୋଇନଥିବା ବେଳେ ସେହି ରାସ୍ତା ଦେଇ ବାଇକ ରେ ଯାଉଥିବା ଦୁଇଜଣ ଯୁବକ ଅଳ୍ପକେ ବର୍ତି ଯାଇଛନ୍ତି । ଲ୍ୟାଣ୍ଡ ମାଇନ ପୋତା ଯାଇଥିବା ରାସ୍ତାରେ ହନ୍ତାଳଗୁଡା ଗ୍ରାମର ଦୁଇଜଣ ଯୁବକ ବାଇକରେ ଯାଉଥିଲେ, ଯବାନ ମାନେ ବାଇକରେ ଯାଉଥିବାର ସନ୍ଦେହକରି ମାଓବାଦୀ ମାନେ ଲ୍ୟାଣ୍ଡମାଇନ ଦୁଇଟି କୁ ବିସ୍ପୋରଣ କରିଦେଇ ଥିଲେ, ଭାଗ୍ୟବସତ ସେ ଦୁଇଜଣ ଯୁବକ ବିସ୍ପୋରଣ ଆଗରୁ ସେହି ରାସ୍ତା ଅତିକ୍ରମ କରିଦେଇଥିବାରୁ ସେମାନଙ୍କର କିଛି କ୍ଷତି ହୋଇନଥିବାର ଜଣାପଡିଛି । ଏହି ବିସ୍ପୋରଣ ପରେ ଘଟଣାସ୍ଥଳରେ ହନ୍ତାଳଗୁଡା ବିଏସଏଫ କ୍ୟାମ୍ପର ଯବାନ ମାନେ ପହଁଚି ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇଛନ୍ତି ।