Odiapua.com

ଇ-ସିଗାରେଟ ଉପରେ ଲାଗିଲା ପ୍ରତିବନ୍ଧକ : କେନ୍ଦ୍ର କ୍ୟାବିନେଟ ନିଷ୍ପତି – ଉତ୍ପାଦନ, ବିକ୍ରୀ, ଏବଂ ପରିବହନ ଉପରେ କଟକଣା

ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ଇ-ସିଗାରେଟ ଉପରେ କେନ୍ଦ୍ର ସରକାର ଲଗାଇଛନ୍ତି ପ୍ରତିବନ୍ଧକ। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଇଲେକ୍ଟ୍ରିକ ସିଗାରେଟ୍ ର ଆମଦାନୀ, ପ୍ରଡକ୍ସନ ଏବଂ ବିକ୍ରୀ ଏବଂ ପରିବହନ ଉପରେ ବ୍ୟାନ ଲଗାଇଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ପ୍ରସ୍ତାବିତ ଅଧ୍ୟାଦେଶକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି। ନିୟମ ଭାଙ୍ଗିବା ଉପରେ ଜେଲ ଦଣ୍ଡର ପ୍ରାବଧାନ କରାଯାଇଛି।

ନିକଟରେ ଗ୍ରୁପ ଅଫ ମିନିଷ୍ଟର୍ସ (GoM), ଦ୍ଵାରା Prohibition of E Cigerettes Ordinance ୨୦୧୯ କୁ ଜାଞ୍ଚ କରାଯାଇଥିଲା। ଗ୍ରୁଫ ଅଫ ମିନିଷ୍ଟର୍ସ GoM, ଏଥିରେ କିଛି ମାତ୍ରାରେ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅଧ୍ୟାଦେଶକୁ ଆଜି କ୍ୟାବିନେଟ ସମ୍ମୁଖରେ ରଖାଯାଇଥିଲା। ଏହା ଉପରେ କ୍ୟାବିନେଟ୍ ମୋହର ମାରିଛି।

ନିୟମ ଭାଙ୍ଗିଲେ କାରାଦଣ୍ଡ

ଏହି ଅଧ୍ୟାଦେଶରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟଦ୍ୱାରା ପ୍ରଥମଥର ନିୟମର ଉଲ୍ଲଙ୍ଘନ କରିବା ଉପରେ ଏକ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୧ ଲକ୍ଷ ଟଙ୍କାର ଜରିମାନାର ପ୍ରସ୍ତାବ ରଖାଯାଇଛି। ଅପରପକ୍ଷରେ ଅଧିକ ଥର ନିୟମ ଭାଙ୍ଗିଲେ ମନ୍ତ୍ରଣାଳୟ ୫ ଲକ୍ଷ ଟଙ୍କାର ଜରିମାନା ଏବଂ ୩ ବର୍ଷ ପର୍ଯ୍ୟନ୍ତ ଜେଲଜଣ୍ଡର ପ୍ରସ୍ତାବ ପାଇଁ ଶୁପାରିସ୍ କରାଯାଇଛି।

ପ୍ରତିବନ୍ଧ ଲଗାଇବା ହେଉଛି ମୋଦୀ ସରକାରଙ୍କର ପ୍ରାଥମିକତା

ଇ-ସିଗାରେଟ, ହୀଟ-ନଟ-ବର୍ନ ସ୍ମୋକିଙ୍ଗ ଡିବାଇସେସ, ୱେପ ଆଣ୍ଡ ଇ-ନିକୋଟିନ ଫ୍ଲେବର୍ଡ ହୁକ୍କା ପରି ବୈକଳ୍ପିକ ଧୂମ୍ରପାନ ଉପକରଣ ଉପରେ ପ୍ରତିବନ୍ଧ ଲଗାଇବା ମୋଦୀ ସରକାରଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ୧୦୦ ଦିନର ଆଜେଣ୍ଡାରେ ପ୍ରାଥମିକତା ଥିଲା।

ନ୍ୟୁୟର୍କରେ ବ୍ୟାନ ହୋଇଛି ଫ୍ଲେବର୍ଡ ଇ-ସିଗାରେଟ
ନ୍ୟୁୟର୍କର ଡୋମେଷ୍ଟିକ ଗଭର୍ନର କମ ବୟସର ଯୁବକମାନଙ୍କ ମଧ୍ୟରେ ଏହି ସିଗାରେଟ୍ କାରଣରୁ ବଢ଼ୁଥିବା ଶ୍ୱାସ, ତଥା ଫୁସ୍ ଫୁସ୍ ସମ୍ବନ୍ଧିତ ରୋଗ ଏବଂ ରୋଗୀଙ୍କର ସଂଖ୍ୟା ବଢ଼ୁଥିବାରୁ ଏହା ଉପରେ ଚିନ୍ତା ପ୍ରକଟ କରି ଜରୁରୀକାଳୀନ ଭିତ୍ତିରେ ବୈଠକ ଡକାଇ ଏଠାରେ ଇ-ସିଗାରେଟକୁ ସମ୍ପୂର୍ଣ୍ଣ ଭାବରେ ବ୍ୟାନ କରି ଦିଆଯାଇଛି।