Odiapua.com

ଇ.ପି.ଏଫ୍‌. ପେନ୍‌ସନ୍ ହୋଲଡ଼ରଙ୍କ ୩ ଦଫା ଦାବି ନେଇ ଧାରଣା

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଧିକ ପେନ୍‌ସନ୍ ପ୍ରଦାନ କରିବା ସହ ସ୍ୱାସ୍ଥ୍ୟ ବୀମାଭୁକ୍ତ କରିବା ଦାବି ନେଇ ଅଲ୍ ଓଡ଼ିଶା ଇ.ପି.ଏଫ୍‌. ପେନ୍‌ସନରର୍ସ ଆସୋସିଏସନ୍ ଭଦ୍ରକ ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ । ପରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ୩ ଦଫା ସମ୍ବଳିତ ଏକ ଦାବି ପତ୍ର ଦେଇଥିଲେ । ଏହି ଦାବିଗୁଡ଼ିକ ହେଲା ଓଡ଼ିଶାର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସରକାର ମାସକୁ ୯୦୦୦ ଟଙ୍କା ପେନ୍‌ସନ୍ ଓ ମହଙ୍ଗା ଭର୍ତ୍ତା ଦେବା ସହ ସ୍ୱାସ୍ଥ୍ୟ ବୀମାଭୁକ୍ତ କରାଯିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ବ୍ୟତିତ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଧେଶାନୁସାରେ ଦରମା ଭିତ୍ତିରେ ପେନ୍‌ସନ୍ ଦେବା ପାଇଁ ଦାବି ରଖାଯାଇଛି । ଧାରଣା ସ୍ଥଳରେ କୁଞ୍ଜବିହାରୀ ନାୟକଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏମ୍‌.ଏଲ୍‌.ଏ. ଓ ଏମ୍‌.ପି.ମାନଙ୍କୁ ପେନ୍‌ସନ୍ ବ୍ୟବସ୍ଥା କରିଛନ୍ତି । କେରଳ ସରକାର୧୫୦୦ ଟଙ୍କା ଓ ଆନ୍ଧ୍ର ସରକାର ୨୦୦୦ ଟଙ୍କା ବାର୍ଦ୍ଧକ୍ୟ ଭର୍ତ୍ତା ପ୍ରଦାନ କରୁଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଅବିଚାର କରିଛନ୍ତି । ସୁପ୍ରିମ କୋର୍ଟ ମାସକୁ ୯୦୦୦ ଟଙ୍କା ପେନ୍‌ସନ୍ ଦେବା ପାଇଁ ନିର୍ଦ୍ଧେଶ ଦେଇଥିଲେ । କିନ୍ତୁ ଏହା କାର୍ଯ୍ୟକାରୀ ହେଉନାହିଁ ବୋଲି ପ୍ରତିବାଦ ସଭାରେ ଶ୍ରମିକ ନେତା ଦିବ୍ୟସିଂ ନାୟକ, କାଳନ୍ଦୀ ପାତ୍ର, କୃଷକ ନେତା ଚନ୍ଦ୍ରଶେଖର ନାୟକ, ରାମଚନ୍ଦ୍ର ପଣ୍ଡା, ଉପେନ୍ଦ୍ର ପରିଡ଼ା, ସୀତାଂଶୁ ମଲ୍ଲିକ, ସୁରେନ୍ଦ୍ର ମହାନ୍ତି, ଅର୍ଜୁନ ଜେନା, ଉମାକାନ୍ତ ନାୟକ ଓ ବିଷ୍ଣୁ ରାଉତ ବକ୍ତବ୍ୟ ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।