Odiapua.com

ଇୟୁନିୟନ କ୍ଲବ ପକ୍ଷରୁ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତିଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୨୮ା୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ତଥା ୟୁନିୟନ କ୍ଲବର ସଭାପତି ଆଇନଜୀବୀ ସ୍ୱର୍ଗତ ସଚ୍ଚିଦାନନ୍ଦ ମହାନ୍ତିଙ୍କ ୯୩ବର୍ଷ ବୟସରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ମହାନ୍ତିଙ୍କ ବିୟୋଗରେ ୟୁନିୟନ କ୍ଲବ ପକ୍ଷରୁ ଡାଇମଣ୍ଡ ଜୁବୁଲି ଲାଇବ୍ରେରୀର ସଦସ୍ୟମାନଙ୍କ ଉପସ୍ଥିତିରେ ଏକ ଶ୍ରଦ୍ଧାଞ୍ଜଳି ସଭା କ୍ଲବ ଗୃହ ପରିସରରେ ଉପସଭାପତି ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସେ ଜଣେ ପ୍ରତିଷ୍ଠିତ ଆଇନଜୀବୀ ସହିତ ଅତ୍ୟନ୍ତ ମିଷ୍ଠଭାଷି ଏବଂ ସମୟାନୁବର୍ତ୍ତୀ, ପରପୋକାରୀ ଏବଂ କର୍ତ୍ତବ୍ୟନିଷ୍ଠ ଓକିଲ ଭାବେ ସମଗ୍ର ଓଡିଶାରେ ନିଜର ସୁନାମ ଅର୍ଜ୍ଜନ କରିବା ସହ କେନ୍ଦ୍ରାପଡା କଲେଜ ପରିଚାଳନା ସମିତି ସଭ୍ୟ ଏବଂ ୟୁନିୟନ କ୍ଲବର ସମ୍ପାଦକ ଓ ସଭାପତି ଥିଲେ। ସେ ଡାଇମଣ୍ଡ ଜୁବୁଲି ଲାଇବ୍ରେରୀର ସଭାପତି ଭାବେ କାର୍ଯ୍ୟକରି ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ତାଙ୍କ ବିୟୋଗରେ ସମସ୍ତ ସଭ୍ୟମାନେ ୨ମିନିଟ ନିରବ ପ୍ରାର୍ଥନା କରିବା ସହ ସ୍ମୃତି ଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଲବର ସମ୍ପାଦକ ପୂର୍ବତନ ପୈାରାଧ୍ୟକ୍ଷ ମହମ୍ମଦ ଆକବର ଅଲ୍ଲୀ ତାଙ୍କ ନୀତି ଆଦର୍ଶ ଉପରେ ଆଲୋଚନା କରିବା ସହ, ବରିଷ୍ଠ ସମାଜସେବୀ ପ୍ରଫୁଲ୍ଲ କୁମାର ସାହୁ, ରେବତୀ ରମଣ ଦାସ, ଆଇନଜୀବୀ ସରୋଜ ରାଜ ସିଂହ, ଆଶିଷ କୁମାର ସେନାପତି, ସମାଜସେବୀ ମହମ୍ମଦ ନଇମ, ଧିରେନ କୁମାର ଦାସ, ଜିଲ୍ଲା ଟେନିସବଲ କ୍ରିକେଟ ସଙ୍ଘ ସମ୍ପାଦକ ଜ୍ୟୋତିର୍ମୟ ଦାସ, ସେକ୍ ଅନିସୁଦିନ ପ୍ରମୁଖ ସଦସ୍ୟମାନେ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ଦିଗ୍‌ଦର୍ଶନରେ ସମସ୍ତେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେବା ସହ ଅମର ଅତ୍ମାର ସଦ୍‌ଗତି କାମନା କରିଥିଲେ। ୟୁନିୟନ କ୍ଲବ ପ୍ରତି ତାଙ୍କର ଅବଦାନ ସବୁଦିନ ପାଇଁ ଚିରସ୍ମରଣିୟ ହୋଇ ରହିବ ବୋଲି ସଭ୍ୟମାନେ ଅଭିମତ ରଖିଥିଲେ।