Odiapua.com

ଇାଲନିକେତନକୁ ତୁରନ୍ତ ଅନୁଦାନ ମଞ୍ଜୁର ପାଇଁ ଚିଠି ଲେଖିଲେ ରୋହିତ

ସମ୍ବଲପୁର, ୬/୮ (ଓଡ଼ିଆ ପୁଅ) ସମ୍ବଲପୁର ଜଲ୍ଲାର ହାତୀବାରି ଠାରେ ଥିବା ଡ଼ା. ଆଇଜାକ ସାନ୍ତ୍ରା ବାଲନିକେତନକୁ ତୁରନ୍ତ ଅନୁଦାନ ଯୋଗାଇଦେବାପାଇଁ ପଦକ୍ଷେପ ନେବା ସକାଶେ ରେଢାଖୋଲ ବିଧାୟକ ଇଂ. ରୋହିତ ପୂଜାରୀ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସୋସାଇଟୀକୁ ଚିଠି ଲେଖିଛନ୍ତି। ଏହି ପୁରାତନ ସଂସ୍ତାକୁ ୨୦୧୭-୧୮ ଏବଂ ୨୦୧୮-୧୯ ବର୍ଷର ଅନୁଦାନ(ଜିଆଇଏ) ମିଳିନାହିଁ। ଏନେଇ ପୂର୍ବରୁ ଆବେଦନ କରାଯାଇଛି। ଜିଲ୍ଲାପାଳ, ସମ୍ବଲପୁର ମଧ୍ୟ ଗଚ ମାର୍ଚ୍ଚ ମାସ ଛଅ ତାରିଖ ଦିନ ପତ୍ର ସଂଖ୍ୟା ୬୮୨/ଡ଼ିସିପିୟୁ ଜରିଆରେ ସୁପାରିଶ କରିସାରିଥିବା ସ୍ତାନୀୟ ବିଶିଷ୍ଟ ନାଗରିକ ମାନେ ଜଣାଇଛନ୍ତି। ସେ ଜୁଜୁମୁରା ବ୍ଲକ ଅନ୍ତର୍ଗତ ବୀରସିଂହଗଡ଼ ପଂଚାୟତର ଫୁଲଝରନ ଠାରେ ଥିବା ଏହି ଅନାଥାଶ୍ରମ ଗସ୍ତ ବେଳେ ଏହି ବିଷୟରେ ଜାଣିପାରିଥିଲୋ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରି ଏହି ବାଲନିକେତନକୁ ପ୍ରତିଷ୍ଟା କରିଥିଲେ। ଏଠାରେ ହାତୀବାରୀ ହେଲଥ ହୋମର ଅନ୍ତେବାସୀଙ୍କ ଶିଶୁ ଓ ଆଖପାଖ ଇଲାକାର ଅନାଥ ଶିଶୁମାନଙ୍କ ଉପଯୁକ୍ତ ଯତ୍ନ ସେମାନଙ୍କୁ ଉତମ ମଣିଷ ଭାବେ ଗଢି ସମାଜର ମୁଖ୍ୟ ସ୍ରୋତକୁ ଆଣିବା ସକାଶେ ଏକ ଉପଯୁକ୍ତ ପରିବେଶରେ ଏହି ପ୍ରତିଷ୍ଟାନ ଗଠନ କରାଯାଇଥିଲା। ଏଠାର ଅନେକ ଛାତ୍ରଛାତ୍ରୀ ରାଜ୍ୟ ଓ ରାଜ୍ୟବାହାରେ ନିଜକୁ ପ୍ରତିଷ୍ଟା କରିପାରିଛନ୍ତି। ଏହି ବାଲନିକେତନର ରୁରକ୍ଷିତ ତଥା ପ୍ରଶସ୍ତ ପରିବେଶର ଅନ୍ତେବାସୀମାନଙ୍କ ଜତ୍ନ ନିଆଯାଉଛି। ଏଣୁ ଏହାକୁ ବକେୟା ଅନୁଦାନ ମଞ୍ଜୁର କରିବା ପାଇଁ ତ୍ୱରିତ ଆବଶ୍ୟକ ପଦକ୍ଷେପ ନେବାକୁ ଇଂ. ପୁଜାରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।