ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇସ୍କନ ସଂସ୍ଥାର ଅଦିନିଆ ରଥଯାତ୍ରାକୁ ଓଡ଼ିଶା ରାଜ୍ୟ ତଥା ରାଷ୍ଟ୍ର ପକ୍ଷରୁ ଘୋର ବିରୋଧ କରି ଏହାକୁ ବନ୍ଦ କରିବା ନିମନ୍ତେ ଦେଶ ତଥା ବିଦେଶରେ ରହୁଥିବା ଇସ୍କନ ସଂସ୍ଥାକୁ ଅନୁରୋଧ କରାଯାଉଥିଲେ ହେଁ ତାହା ଏବଧି ସଫଳ ହୋଇ ପାରୁନାହିଁ । ଏହା ରାଷ୍ଟ୍ରିୟ ସଂସ୍କୃତିର ଘୋର ବିରୋଧି । ଆମ ସଂସ୍କୃତିରେ ବିଭିନ୍ନ ଦେବାଦେବୀଙ୍କ ପୂଜା ଆରାଧନା ତିଥି ଅନୁସାରେ ହୋଇ ଆସୁଅଛି । ଏକ କୃଷି ପ୍ରଧାନ ଦେଶରେ ତିଥି ଉପରେ ଗୁରୁତ୍ୱ ଦିଆଯାଇ ଆସୁଛି । ସେ ଦୃଷ୍ଟିରୁ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟ ତିଥିରେ ବିଶ୍ୱ ବ୍ରହ୍ମାଣ୍ଡର ମାଲିକ ଶ୍ରୀଜଗନ୍ନାଥଙ୍କ ଜନ୍ମବେଦ୍ୟ ଯାତ୍ରା ପାଳନ କରାଯାଇଥାଏ । ଆମ ଦେଶ ତଥା ରାଜ୍ୟରେ ଅଧିକାଶଂ ଓଡ଼ିଆ ଇସ୍କନ ସଂସ୍ଥାରେ ସାମିଲ ଥାଇ ଏହି ଅଦିନିଆ ରଥଯାତ୍ରାକୁ ସ୍ୱୀକାର କରୁଥିବା ଘୋର ପରିତାପର ବିଷୟ । ଏସବୁବ୍ୟତିତ ଏବେ ପଶ୍ଚିମବଙ୍ଗସ୍ଥିତ ଦୀଘା ଠାରେ ମମତା ବାନାର୍ଜୀଙ୍କ ଦ୍ୱାରା ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବକଗଣ ପାଦରେ ଜୋତାପିନ୍ଧି ପ୍ରଭୁଙ୍କ ଭୋଗ ସାମଗ୍ରି ରନ୍ଧନ କରୁଥିବା ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରକାଶ ପାଇଛି । ରନ୍ଧନ ସାମଗ୍ରି ମଧ୍ୟ ଅପାତ୍ରରେ ବ୍ୟବହାର କରାଯାଉଛି । ଏହାକୁ ଓଡ଼ିଶାର ଅଗଣିତ ଶ୍ରୀଜଗନ୍ନାଥ ଭକ୍ତଭକ୍ତା ଘୋର ବିରୋଧ କରୁଛନ୍ତି । ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ଭଦ୍ରକ ପକ୍ଷରୁ ପଶ୍ଚିମବଙ୍ଗର ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମହୋଦୟଙ୍କୁଏପ୍ରକାର ଘଟଣାବଳିକୁ ବନ୍ଦ କରିବା ପାଇଁ ନିବେଦନ କରାଯାଇଛି ।