Odiapua.com

ଇଲେକ୍ଟ୍ରୋନିକ୍ସ ଦୋକାନରେ ନିଆଁ

ସୁନ୍ଦରଗଡ଼,୦୧/୦୯,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଜଳିଗଲା ଇଲେକ୍ଟ୍ରୋନିକ୍ସ ଦୋକାନ।  ଆଉ ଜଳିପୋଡି ଛାରଖାର ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ ଜିତୁ ଇଲେକ୍ଟ୍ରୋନିକ୍ସ ଦୋକାନରେ ବିଳମ୍ବିତ ରାତିରେ ଏହି  ଅଗ୍ନିକାଣ୍ଡ ଘଟିଛି। କିଛି ଲୋକ ଦୋକାନ ଭିତରୁ ନିଆଁ ବାହାରୁଥିବା ଦେଖି ସ୍ଥାନୀୟଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୪ଘଣ୍ଟା ପରେ ନିଆଁକୁ ଆୟତ କରିଥିଲା। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।