Odiapua.com

ଇରାନ ଏବଂ ଇରାକ ଉପର ଆକାଶ ମାର୍ଗ ଦେଇ ଉଡ଼ାଣ ଭରିବନି ଏହି ଏୟାର ଲାଇନ୍ସ

ନୂଆ ଦିଲ୍ଲୀ ୮-୧ (ଓଡ଼ିଆ ପୁଅ) ଗତ ସପ୍ତାହରେ ଇରାନର ଚିଫ୍ କମାଣ୍ଡର ମେଜର ଜେନେରାଲ କାସିମ ସୋଲେମାନୀଙ୍କର ହତ୍ୟା ପରେ ସଂଯୁକ୍ତ ରାଷ୍ଟ୍ର ଆମେରିକା ଏବଂ ଇରାନ ମଧ୍ୟରେ ଏକ ପ୍ରକାର ଯୁଦ୍ଧର ଆଶଂକାକୁ ଏଡ଼ାଇ ଦିଆଯାଇନପାରେ। ତେବେ ଏହାକୁ ନଜରରେ ରଖି ସିଂଗାପୁର ଏୟରଲାଇନ୍ସ ତରଫରୁ ୟୁରୋପ ଯାତ୍ରା ପାଇଁ ଇରାନ ଏୟାର ସ୍ପେସ୍ ଉପର ଦେଇ ଉଡ଼ିବ ନାହିଁ ବୋଲି କୁହାଯାଇଛି। ସେହିପରି ନ୍ୟୁଜ୍ ଏଜେନ୍ସି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଇରାନ ଏବଂ ଇରାକ୍ ଏୟାର ସ୍ପେସ୍ କୁ ବ୍ୟବହାର ନ କରି ବିମାନ ଯାତ୍ରା କରିବା ପାଇଁ ଏୟାର ଲାଇନ୍ସ ଗୁଡ଼ିକୁ ଭାରତ ପରାମର୍ଶ ଦେଇଥିବା ଜଣାପଡ଼ିଛି।