Odiapua.com

ଇମାମି ଜଗନ୍ନାଥ ମନ୍ଦିରକୁ ପୁରୀ ଜଗନ୍ନାଥ ମନ୍ଦିର ବୋଲି ଦର୍ଶାଇ ଥିବା ଅଭିଯୋଗରେ ସିଂହଦ୍ୱାର ଥାନାରେ ଏତଲା

ପୁରୀ ୧୭/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଅନ୍ୟ ଏକ ମନ୍ଦିରକୁ ପୁରୀ ଜଗନ୍ନାଥ ମନ୍ଦିର ବୋଲି ୱେବ ସାଇଟ୍ ରେ ଦର୍ଶାଇଛି ରିଲିଜିଅନ୍ ୱାର୍ଲ୍ଡ। ଏହାକୁ ନେଇ ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀମନ୍ଦିର ପ୍ରଶାସନ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଅନଶନର ଚେତାବନୀ ଦେଇଛନ୍ତି ସେବାୟତ ଶମ୍ଭୁନାଥ ଖୁଣ୍ଟିଆ। ଏନେଇ ସେ ଆଜି ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି। ବାଲେଶ୍ୱରର ଇମାମି ଜଗନ୍ନାଥ ମନ୍ଦିରକୁ ଏକ ଘରୋଇ ବ୍ୟବସାୟୀକ ସଂସ୍ଥା ପୁରୀ ଜଗନ୍ନାଥ ମନ୍ଦିର ବୋଲି ଦର୍ଶାଇଛନ୍ତି।