ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଲୌହ ମାନବୀ, ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀଙ୍କର ୧୦୩ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରଦେଶ ଯୁବ କଂଗ୍ରେସର ଆହ୍ୱାନ କ୍ରମେ ଆଜି ଭଦ୍ରକ ବ୍ଲକ ଓଲଙ୍ଗ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ସାହିରେ ଭଦ୍ରକ ଯୁବ କଂଗ୍ରେସ ତରଫରୁ ରନ୍ଧାଖାଦ୍ୟର ଆୟୋଜନ କରାଯାଇଥିଲା । ପ୍ରାୟ ୩ଶହରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାରବର୍ଗ, ସ୍ଥାନୀୟ ଯୁବକ ଯୁବତୀ ଓ ସମସ୍ତ ବର୍ଗର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମଟି ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତ (ଚିଲିକା)ଙ୍କ ନେତୃତ୍ୱରେ ହୋଇଥିବା ବେଳେ ଏଥିରେ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ମୁଖପାତ୍ର ଓ ସମ୍ପାଦକ ଶୁଭେନ୍ଦୁ ରାୟ ମହାପାତ୍ର, ଭଦ୍ରକ ଯୁବ ଯାଦବ ସଂଘର ସଭାପତି ପ୍ରକାଶ ଜ୍ୟୋତି ମହାକୁଡ, ଯୁବନେତା ରିଆଜ୍ ଖାନ୍, ଓଲଙ୍ଗର ପୂର୍ବତନ ସରପଞ୍ଚ ପ୍ରାର୍ôଥନୀ ଜ୍ୟୋତ୍ସ୍ନାରାଣୀ ପତି, ସ୍ଥାନୀୟ କଂଗ୍ରେସ ନେତା ଶ୍ରୀକାନ୍ତ ବେହେରା, ପ୍ରଭାତ ମହାନ୍ତି, ଯୁବନେତା ସତ୍ୟବ୍ରତ ପଣ୍ଡା, ଗଣେଶ ପ୍ରସାଦ ସେଠୀ, ଶମ୍ଭୁନାଥ ବାରିକ, ପ୍ରଶାନ୍ତ ପଣ୍ଡା, ଭାଗିରଥୀ ବେହେରା, ଆଦିବାସୀ ସାହିର ମୁଖିଆ ଲସିଆ ମୁଣ୍ଡା ଓ ବହୁସାଧାରଣ ଲୋକ ଅଂଶ ଗ୍ରହଣ କରିଥିଲେ । ଆଗାମୀ ଦିନରେ ଗରିବ ଜନସାଧାରଣଙ୍କ ଉନ୍ନତି କଳ୍ପେ ଜିଲ୍ଲାର କୋଣ ଅନୁକୋଣରେ ଯୁବ କଂଗ୍ରେସ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତ ପ୍ରକାଶ କରିଛନ୍ତି ।