Odiapua.com

ଇନ୍ଦିରା ଆବାସ ଓ ପାଇଖାନା କାମପାଇଁ ପିସି ନଦେବାରୁ ବିଲ ବନ୍ଦ,ବ୍ଲକ ଅଫିସ ଆଗରେ ଧାରଣାଦେଲେ ପରିବାର ସହ ଠିକାଦାର

ମାଲକାନଗିରି,୧୧ ।୬ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ ମହାମାରି କରୋନାରେ ମଣିଷ ସମାଜ ସନ୍ତୁଳିତ ହେଉଥିବା ବେଳେ ଆଜଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଅଫିସର ମାନଙ୍କୁ ପିସି ନଦେଲେ ଠିକାଦାରଙ୍କ ବିଲ ପାସ କରାଯାଉନାହିଁ । ଏମତି ଏକ ଘଟଣା ଜିଲ୍ଲାସଦର ମହକୁମା ବ୍ଲକରେ ଦେଖିବାକୁ ମିଳିଛି । ମାଲକାନଗିରି ବ୍ଲକସ୍ଥ ଏମଭି୭ ଜଗନ୍ନାଥ ପଲ୍ଲି ଗ୍ରାମର ନନ୍ଦଦୁଲାଲ ମଜୁମଦାର ନାମକ ଜଣେ ଠିକାଦାର ଇନ୍ଦିରା ଆବାସ ଓ ପାଇଖାନା ଗୃହ ନିର୍ମାଣ କରି ତାଙ୍କର ପ୍ରାପ୍ୟ ଟଙ୍କା ନପାଇ ବ୍ଲକ ଅଫିସକୁ ଦୌଡି ଦୌଡି ହତାଶ ହୋଇପଡିଛନ୍ତି । ଠିକାଦାର ଅଭିଯୋଗ କରିଛନ୍ତି ବ୍ଲକର ବିଡିଓ ବିଜୟକୁମା ପ୍ରଧାନ ଗୌଡଗୁଡା ପଚାଂୟତର ନିବା ର୍ହି ଅଧିକାରୀ ବିଷ୍ଣୁଚରଣ ତ୍ରୀପାଠୀ ଙ୍କ ନିର୍ଦ୍ଦେଶ ଅନୁସାରେ ସେ ୫ମାସତଳେ ୭ଟି ଅର୍ଦ୍ଦନିର୍ମିତ ଇନ୍ଦିରାଆବାସ ଗୃହ ନିର୍ମାଣ କରିବା ସହ ଗୌଡଗୁଡା ପଚାଂୟତରେ ୧୪ଟି ନୂତନ ପାଇଖାନା,ଗୋରାଖୁଟାଂ ପଚାଂୟତରେ ୩୧ଟି,ଶିଖପାଲି ପଚାଂୟତେରେ ୨୪ଟି,ତଣ୍ଡାପାଲି ପଚାଂୟତରେ ୨୮ଟି,ତମସା ପଚାଂୟତରେ ୧୭ଟି ନୂତନ ପାଇଖାନା ନିର୍ମାଣ କରିଥିଲେ ।ପାଇଖାନା ନିର୍ମାଣ ବାବଦକୁ ୧୩ଲକ୍ଷ୬୮ହଜାର,ଇନ୍ଦିରାଆବାସ ନିର୍ମାଣ ବାବଦକୁ ୨ ଲକ୍ଷ ୯୦ହଜାର ଟଙ୍କା,ମୋଟ ୧୬ଲକ୍ଷ ୫୮ହଜାର ଟଙ୍କା ଠିକାଦାର ବିଲ ପାଇବା କଥା,ମାଲକାନଗିରି ବ୍ଲକର ବିଡିଓ ପ୍ରତି ପାଇଖାନ ବାବବଦକୁ ଏକହଜାର ଟଙ୍କା ଲେଖାଏ ପିସି ମାଗିଥିଲେ । ପାଇଖାନା କାମରେ ଲସ ଅଛି, ଧାର କରଜକରି କାମ କରିଛି କେମିତି ସୁଜିବି ପିସି କେଉଁଠାରୁ ଦେବି ବୋଲି ଠିକାଦାର କହିବାରୁ ତାଙ୍କ ବିଲ ପାସ କରାନ ଯାଇ ସେମିତି ପକାଇ ରଖାଯାଇଛି । ବାରମ୍ବାର ବ୍ଲକ ଅଫିସକୁ ଦୌଡି ଦୌଡି ବିଲ ପାଇନଥିବାରୁ ଆଜି ଠିକାଦାର ନନ୍ଦଦୁଲାଲ ମଜୁମଦାର,ତାଙ୍କର ପତ୍ନି ସୁଲତା ମଜୁମଦାର,ଦୁଇଜଣ ପିଲା ଓ ବୃଦ୍ଦା ମା ଉର୍ମିଳା ମଜୁମଦାର ମାଲକାନଗିରି ବ୍ଲକ ଅଫିସ ସମ୍ମୁଖରେ ଧାରଣାରେ ବସିଥିବାର ଦେଖିବାକୁ ମିଳିଛି । ରାଜ୍ୟର ବିଜେଡି ସରକରା ଓ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱଚ୍ଛଶାସନ ପାଇଭ ଟି ମୋସରକାର ଯୋଜନାରେ ପିସି ମାଗିବା ଘଟଣା କେତେଦୁର ସମୁଚିନ, ଏ ସଂପର୍କରେ ଆମେ ବିଡିଓ ଶ୍ରୀ ପ୍ରଧାନଙ୍କୁ ମତାମତ ନେବା ପାଇଁ ଫୋନ ଯୋଗେ ଯୋଗା କରିଥିଲୁ ତାଙ୍କର ଫୋନ ସୁଇଚଅଫ୍ ଥିବାରୁ ତାଙ୍କର ପ୍ରତିକ୍ରୀୟା ମିଳି ପାରିନାହିଁ ।