Odiapua.com

ଇନ୍ଦିରାଆବାସ ଯୋଗାଇଦେବା ନାମରେ ଠକେଇ,ଭଙ୍ଗାକୁଡିଆ ରେ ଆଶ୍ରୟ ନେଇଛନ୍ତି ଆସହାୟ ବୃଦ୍ଧା

ମାଲକାନଗିରି,୪ା୧୧ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାର ଜଣେ ବୃଦ୍ଧାଙ୍କୁ ଇନ୍ଦିରାଆବାସ ଯୋଗାଇ ଦେବେ କହି ୬ହଜାର ଟଙ୍କା ଲାଚଂନେଇ ଜିଆରଏସ ଛୁ ମାରିଥିବା ବେଳେ ବିଚରା ବୃଦ୍ଧା ଭଙ୍ଗାକୁଡିଆ ଘରେ ଆଶ୍ରୟନେଇ ଥିବାର ଦେଖିବାକୁ ମିଳିଛି । କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚକରି ବିଭିନ୍ନ ଉନ୍ନୟନମୁଳକ ଯୋଜନା କରୁଥିବା ବେଳେ ଏହା କେତେଦୁର କାର୍ଯ୍ୟକାରି ହୋଇଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ପୁରୁଣା ଚୁମୁଟାପାଲି ପଚାଂୟତ ଏମଭି୫୦ ଗ୍ରାମର ଉର୍ମିଳା ମଣ୍ଡଳ ଙ୍କୁ ଦେଖିଲେ ହିଁ ଜଣାପଡୁଛି । ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକସ୍ଥ ପୁରୁଣାଚୁମୁଟାପାଲି ପଚାଂୟତସ୍ଥ ଏମଭି୫୦ ଗ୍ରାମରେ । ସେହି ଗ୍ରାମର ଉର୍ମିଳା ମଣ୍ଡଳ ଜଣେ ଗରିବ ଅସହାୟା ବିଧବା ବୃଦ୍ଧା,ତାଙ୍କର ସ୍ୱାମୀ ଜଗଦିଶ ମଣ୍ଡଳ ଓ ଗୋଟିଏ ଝିଅ ରୋଗରେ ପଡି ଗତ କିଛି ବର୍ଷତଳେ ମୃତ୍ୟୁ ଘଟାଥିଲା । ପାଖରେ ଥିବା ଏକ ମାତ୍ରଝିଅ ବିବାହ ହୋଇ ଚାଲିଗଲାପରେ ବୃଦ୍ଧା ଏକାକି ହୋଇ ଏସହାୟ ଅବସ୍ଥାରେ ଭଙ୍ଗାକୁଡିଆ ଘରେ ପଡିରହିଲେ । ଗତ ୫ବର୍ଷହେଲା ଇନ୍ଦିରା ଆବସଟିଏ ପାଇଁ ଏହି ବୃଦ୍ଧା ପଚାଂୟତ ଓ ବ୍ଲକ ଅଫିସକୁ ଦୌଡି ଦୌଡି ହାଲିଆ ହୋଇଗଲେଣି ତଥାପି ତାଙ୍କୁ ଇନ୍ଦିରାଆବାସଟିଏ ମିଳିଲାନାହିଁ । ଇନ୍ଦିରା ଆବାସଟିଏ ଯୋଗଇଦେବା ପାଇଁ ପଚାଂୟତର ଜିଆରଏସ ବାବୁ ଏହି ବୃଦ୍ଧାଙ୍କ ଠାରୁ ୬ହଜାର ଟଙ୍କା ଲାଚଂନେଇ ହଜମ କରିସାରିବା ପରେ ଆଉ ୫ହଜାର ଟଙ୍କା ଲାଚଂ ମାଗୁଥିବାର ବୃଦ୍ଧା ଉର୍ମିଳା ମଣ୍ଡଳ ଅଭି ଯୋଗ କରିଛନ୍ତି । କୋରକୁଣ୍ଡା ବ୍ଲକ ସହିତ ମାଲକାନଗିରି,କାଲିମେଳା, ପଡିଆ, ଖଇରପୁଟ,ମାଥିଲି, ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ପଚାଂୟତରେ ଗରିବ ହିତାଧିକାରୀ ଙ୍କୁ ଯୋଗାଇଦିଆ ଯାଉଥିବା ଇନ୍ଦିରାଆବାସ,ବିଜୁପକାଘର,ପ୍ରଧାନମନ୍ତ୍ରୀ ଆବାସ ପାଇଁ ହିତାଧିକାରୀ ମାନଙ୍କ ଠାରୁ ପଚାଂୟତ ନିର୍ବାହି ଅଧିକାରୀ ମାନଙ୍କ ଠାରୁ ଆରମ୍ଭ କରି ଜିଆରଏସ ଙ୍କ ପର୍ଯ୍ୟନ୍ତ ଯ୦ ହଜାରରୁ ୧୫ହଜାର ଟଙ୍କା ପ ର୍ଯ୍ୟନ୍ତ ହାତ ଗୁଜାଂ ନେଉଥିବାର ଜଣାପଡିଛି । ଉର୍ମିଳାଙ୍କ ପରି ଅନ୍ୟମାନଙ୍କ ଆଦିବାସୀ ଅଧ୍ୟୁଷିତ ଅଚଂଳରେ କେନ୍ଦ୍ର ଓ ରାଜ୍ୟ ସରକରାଙ୍କ ଉନ୍ନୟନ ଯୋଜନା ଓ ପାଇଭ ଟି ,ମୋ ସରକାର କିପରି ଚାଲିଛି ଏଥିରୁ ହିଁ ଜଣାପଡୁଛି ।