ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇନ୍ଟାକ୍ ଚାପ୍ଟର ପକ୍ଷରୁ ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସମାବେଶ କେନ୍ଦ୍ର ନିତ୍ୟାନନ୍ଦ ଭବନରେ କନ୍ଭେନ୍ର ଅବସରପ୍ରାପ୍ତ କମିଶନର ଦିଗମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ୨୦୨୪ ମସିହା ଓଡ଼ିଶା ପ୍ରଶାସନିକ ସେବା(ଓ.ଏ.ଏସ୍) ପରୀକ୍ଷାରେ ଟପର ହୋଇଥିବା ଶ୍ୱେତାଶ୍ରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସହକନ୍ଭେନ୍ର ଏସ୍.ଏମ୍.ଫାରୁକ, ଯୁଗ୍ମ କନ୍ଭେନର ପ୍ରଭାକର ମଲ୍ଲିକ, ସମ୍ବର୍ଦ୍ଧିତ ପ୍ରତିଭା ଶ୍ୱେତାଶ୍ରୀ ମହାପାତ୍ର ଓ ତାଙ୍କ ପିତା ମୁକ୍ତିକାନ୍ତ ମହାପାତ୍ର ମଂଚାସୀନ ଥିଲେ । ସମ୍ବର୍ଦ୍ଧନା ମାନପତ୍ର ପାଠ କରିଥିଲେ ହରମୋହନ କୁଅଁର । ମାନପତ୍ର, ଉତରୀୟ ଓ ପୁଷ୍ପଗୁଚ୍ଛ ମଂଚାସୀନ କର୍ମକର୍ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଶ୍ୱେତାଶ୍ରୀ ମହାପାତ୍ର ତାଙ୍କ ନିଜର ଅନୁଭୂତି ଓ ଭବିଷ୍ୟତର କର୍ତବ୍ୟ ସମ୍ବନ୍ଧରେ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ସଂଯୋଜନା କରିଥିଲେ ଅଜିତ୍ କୁମାର ନାୟକ ଓ ଅଜିତ୍ କୁମାର ଦାସ । ସଦସ୍ୟ ଡ଼. ଗୋଲକ ବିହାରୀ ସାହୁ, ଡ଼. ମନୀନ୍ଦ୍ର ମହାନ୍ତି, ଡ଼. ଭାଗବତ ତ୍ରିପାଠୀ, ଡ଼. କ୍ଷୀରୋଦ କୁମାର ସାମଲ, ଉଦୟନାଥ ମହାନ୍ତି , ଦୁଃଶାସନ ମହାନ୍ତି, କାଶୀନାଥ ସାହୁ, ଅରବିନ୍ଦ ବସନ୍ତରାୟ, ପ୍ରମୁଖ ବହୁ ସଦସ୍ୟ ସଭାରେ ଉପସ୍ଥିତ ଥିଲେ । ଶେଷରେ କରୁଣାକର ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ ।