Odiapua.com

ଇନ୍‌ଟାକ୍ ଭଦ୍ରକର ଐତିହ୍ୟ ପଦଯାତ୍ରା

ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇନ୍‌ଟାକ ଭଦ୍ରକ ଶାଖାର ଐତିହ୍ୟ ପଦଯାତ୍ରା କନ୍‌ଭେନର ଦିଗମ୍ବର ମହାନ୍ତି ଓ ଅଜିତ୍ କୁମାର ଦାସଙ୍କ ନେତୃତ୍ୱରେ ଅଜିତ୍ କୁମାର ନାୟକ ଓ ମୁକ୍ତିକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଐତିହ୍ୟ ସ୍ଥଳୀ ନୀଳଗିରିର ପଂଚଲିଙ୍ଗେଶ୍ୱର, ଜଗନ୍ନାଥ ମନ୍ଦିର, ଭୂଧାର ଚଣ୍ଡି ମନ୍ଦିର, ନିତାଇଗୌର ଆଶ୍ରମ ଓ କୁମ୍ଭକ୍ଷେତ୍ର ଆଦି ବିଭିନ୍ନ ଐତିହ୍ୟ ପର୍ଯ୍ୟଟନସ୍ଥଳୀର ବିକାଶ ଓ ସୁରକ୍ଷା ସମ୍ପର୍କରେ ଅନୁଧ୍ୟାନ ସହ ସର୍ବେକ୍ଷଣ କରାଯାଇଥିଲା। ଏହି ପଦଯାତ୍ରାରେ ଶାଖାର ଆଜୀବନ ଓ ସାଧାରଣ ସଦସ୍ୟ ସଦସ୍ୟା ୩୧ ଜଣ ସାମିଲ ଥିଲେ। ସର୍ବେକ୍ଷଣରେ ଡଃ ଗୋଲକ ବିହାରି ସାହୁ, କରୁଣାକର ଉପାଧ୍ୟାୟ, ସଂଗ୍ରାମ କେଶରୀ ଦାସ, ସ୍ମିତା ମହାନ୍ତି, ବାଦଲ କିଶୋର ମହାପାତ୍ର, ବିଜୟ କୁମାର ମହାନ୍ତି, ଚନ୍ଦ୍ରମୋହନ ମହାନ୍ତି, ଲକ୍ଷ୍ମଣ କୁମାର ମହାନ୍ତି, ବାବୁଲାଲ ଦାସ୍‌, ମୁକ୍ତିକାନ୍ତି ମହାପାତ୍ର, ମଦନ ମୋହନ ନାୟକ, କମଳକାନ୍ତ ସ୍ୱାଇଁ, ଆଦି ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ। ଐତିହ୍ୟ ସ୍ଥଳୀର ବିକାଶ ସମ୍ପର୍କରେ ବାଲେଶ୍ୱର ଶାଖାର ସହଯୋଗରେ ଆମ ଭଦ୍ରକ ଶାଖାର ସଦସ୍ୟ ଓ ସଦସ୍ୟା ଆଦିତ୍ୟ କୁମାର ନାୟକ, ଆଦିତ୍ୟ କୁମାର ଗୋସ୍ୱାମୀ, ପଦ୍ମନାଭ ନାୟକ, ଅରବିନ୍ଦ ବସନ୍ତରାୟ, ତାରକ ଦାସ ଆଢ଼୍ୟ, ସୁରେଶ କୁମାର ସାହୁ, ସ୍ନେହଲତା ବେହେରା, ଗୀତାରାଣୀ ଆଇଚ, ଚନ୍ଦ୍ର ମୋହନ ମହାନ୍ତି, ଦିଲ୍ଲିପ କୁମାର ନାୟକ ଅନ୍ୟମାନେ ଏହି ସର୍ବେକ୍ଷଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅନୁଧ୍ୟାନ ଓ ସର୍ବେକ୍ଷଣରେ ସେଠାକାର ସ୍ଥାନୀୟ ବାସିନ୍ଦା ଓ ଟ୍ରଷ୍ଟି ମାନଙ୍କ ସହ ଆଲୋଚନା କରାଯାଇଥିଲା । ଏ ସଂପର୍କୀୟ ଏକ ରିପୋର୍ଟ ସହ ଫଟୋ କେନ୍ଦ୍ରୀୟ ଇନ୍‌ଟାକ୍‌, ଦିଲ୍ଲୀ ଓ ଓଡ଼ିଶା ଶାଖା, ଭୁବନେଶ୍ୱର କାର୍ଯ୍ୟାଳୟକୁ ଆନୁସଙ୍ଗିକ ପଦକ୍ଷେପ ପାଇଁ ପ୍ରେରଣ କରାଯିବ।