Odiapua.com

ଇନରହୁଇଲ୍ କ୍ଲବ୍ ଜିଲା ଚେୟାରମେନ୍‌ଙ୍କ ଭଦ୍ରକ ଗସ୍ତ

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇନରହୁଇଲ୍ କ୍ଲବ୍‌ର ଜିଲା ଚେୟାରମେନ୍ ମନୀଷା ଶ୍ରୀବାତ୍ସବ ଭଦ୍ରକ କ୍ଲବ୍ ପରିଦର୍ଶନ ଅବସରରେ ଦ୍ରୌପଦୀ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏକ ସଭାରେ ଯୋଗ ଦେଇଥିଲେ । ଏବଂ ସମସ୍ତ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିବା ସହ ଭଦ୍ରକ ଇନରହୁଇଲ୍‌କୁ ପ୍ରଶଂସା କରିଥିଲେ । ସେ ସମସ୍ତ ସେବାମୂଳକ ଓ ସଚେତନତା କାର୍ଯ୍ୟକ୍ରମର ଫଟୋ ତଦାରଖ କରିଥିଲେ । ଏହି କାର୍ଯ୍ୟକ୍ରମ ସଭାପତି ସ୍ନେହଲତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ବୀଣାପାଣି ପଣ୍ଡା ଓ ସରୋଜିନୀ ମହାପାତ୍ର ବେଦପାଠ କରିବା ପରେ କାଦମ୍ବିନୀ ମହାନ୍ତି ସ୍ୱାଗତ ସଂଗୀତ ଗାନ କରିଥିଲେ । ଝରଣା ପଟ୍ଟନାୟକ ସ୍ୱାଗତ ଭାଷଣ ଦେବାପରେ ସଂପାଦିକା ଅନିମା ନାୟକ ବାର୍ଷିକ ବିବରଣୀ ପ୍ରଦାନ ପରେ ପ୍ରଭାତ ନଳିନୀ ମହାପାତ୍ରଙ୍କ ଦ୍ୱାରା ସଂପାଦିତ କ୍ଲବ୍‌ର ପତ୍ରିକା ‘ସ୍ୱୟଂସିଦ୍ଧା’ କୁ ମନୀଷା ଶ୍ରୀବାତ୍ସବ ଉନ୍ମୋଚନ କରିଥିଲେ । ଏହି ଅବସରରେ ରଶ୍ମିରେଖା ପରମାଣିକ ଚେୟାରମେନ୍‌ଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଆଗାମୀ ଦିନରେ ଏହିପରି ଲୋକ ହିତକର ସେବା ମୂଳକ କାର୍ଯ୍ୟକ୍ରମ ହାତକୁ ନେବା ନିମନ୍ତେ ଶ୍ରୀମତୀ ଶ୍ରୀବାତ୍ସବ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପଲ୍ଲୀଶ୍ରୀ ଦାସ, ପରମଜିତ୍ କୌର, ମଂଜିତ୍ କୌର, ଆଇଏସ୍‌ଓ ପ୍ରଣତି ମଲ୍ଲିକ, ପ୍ରଭାତୀ ଜେନା, ଚାରୁଲତା ମହାପାତ୍ର, ସୁରଜିତା ନାୟକ, ଅଂଜୁବାଳା ରାଉତ, ସଂଯୁକ୍ତା ମହାନ୍ତି, ଗାୟତ୍ରୀ ମହାନ୍ତି, ପୁଷ୍ପାଞ୍ଜଳି ନନ୍ଦ, ସରୋଜବାଳା ମହାନ୍ତି, ଜୟଶ୍ରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।