Odiapua.com

ଇଦ୍ – ମିଲାଦୁନ୍ – ନବୀ ପକ୍ଷରୁ ବନ୍ଧୁ ମିଳନ

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣାବଜାର ସ୍ଥିତ ଇଦ୍ – ମିଲାଦୁନ୍ – ନବୀ ସଂଗଠନ ପକ୍ଷରୁ ଏକ ବନ୍ଧୁ ମିଳନ ଉତ୍ସବ ପୁରୁଣାବଜାର ଚୌଖଣ୍ଡି ଠାରେ ଅନୁଷ୍ଠିତ ହୋଇ ଯାଇଛି । ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ୍ ଯୋଗ ଦେଇ ଭଦ୍ରକ ଭଳି ଏକ ସମ୍ବେଦନଶୀଳ ଜିଲ୍ଳାରେ ଉଭୟ ସମ୍ପ୍ରଦାୟଙ୍କ ଭାଇଚାରା ସମଗ୍ର ଓଡ଼ିଶାରେ ବିରଳ । ମହାପୁରୁଷ ମହମ୍ମଦଙ୍କ ଚିନ୍ତା ଚେତନାରେ ଅନୁପ୍ରାଣୀତ ମୁସ୍‌ଲିମ୍ ସମ୍ପ୍ରଦାୟ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଥିଲେ । ଶିକ୍ଷାବିତ୍ ହାଜୀ ଅଧ୍ୟାପକ ଶେଖ୍ ନାସିର ବକ୍ସଙ୍କ ସଭାପତିତ୍ୱ ଏବଂ ମୁସ୍ତାକ ଗହ୍ୱରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ସଂଜିବ କୁମାର ମଲ୍ଳିକ, ପୌରାଧ୍ୟକ୍ଷା ଗୁଲ୍‌ମୁଖୀ ଦଲୱାଜୀ ହବିବି, ଜିଲ୍ଲାପାଳ ଡା. ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍‌ପି ବରୁଣ ଗୁଣ୍ଟୁପାଲୀ, ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ, ସମାଜସେବୀ ବିଦ୍ୟାଧର ସାହୁ, ଡାକ୍ତର ପ୍ରଦିପ ନାୟକ, ଅଜୟ ନାୟକ, ସୁଧାକର ରାଉତ, ପାରିଷଦ ହାଜୀ ଜୁଲ୍‌ଫୁକର ଅଲୀ, ଅଧିବକ୍ତା ମନୋରଞ୍ଜନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଭଦ୍ରକ ସହରରେ ଶହଶହ ବର୍ଷ ଧରି ଚାଲିଆସିଥିବା ସଦ୍‌ଭାବନା ଓ ଭାଇଚାରାର ବିଭିନ୍ନ ଉଦାହରଣ ଦେଇ ବକ୍ତବ୍ୟ ରଖିଥିଲେ । ଇଦ୍‌-ମିଲାଦୁନ୍‌-ନବୀ ଭଳି ସଂଗଠନ ମାନେ ଏହିଭଳି ସଦ୍‌ଭାବନାର କାର୍ଯ୍ୟକ୍ରମ କରି ଜିଲ୍ଳାରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ସୁଶ୍ରୀ ଶୁଭାଙ୍ଗିନୀ ଖୁଣ୍ଟିଆ, ଦିଲିପ କୁମାର ପଣ୍ଡା, ମୁର୍ସିଦ୍ ଖାନ୍‌ଙ୍କୁ ସେମାନଙ୍କ ଉଲ୍ଳେଖନୀୟ ପ୍ରତିଭା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । ଅବଦୁଲ୍ ହଫିଜ୍‌, ଯୁବନେତା ସାହାଜାନ୍ ଉତ୍ସବକୁ ପରିଚାଳନା କରିଥିବା ବେଳେ ସୁବ୍ରାତି ସାହା ଧନ୍ୟବାଦ୍ ଅର୍ପଣ କରିଥିଲେ ।