Odiapua.com

ଇଦ୍‌ଘା ର ନବକଳେବର କାର୍ଯ୍ୟର ଶୁଭାରମ୍ଭ

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂଖ୍ୟାଲଘୁ ସମ୍ପ୍ରଦାୟର ପବିତ୍ର ଧାର୍ମପାଠ ଇଦ୍‌ଘାର ନବକଳେବର କାର୍ଯ୍ୟ ର ଆଜି ଶୁଭାରମ୍ଭ ହୋଇଛି । ପ୍ରଥମେ ଏହି ଶୁଭାରମ୍ଭ କାର୍ଯ୍ୟ ପୂର୍ବରୁ ପୂଜାପାଠ କରାଯାଇଥିଲା । ପରେ ପୂର୍ବାହ୍ନ ୧୦ଟାରେ କରେଇରେ ଗୋଳା ହୋଇଥିବା ଚିପ୍ସ, ସିମେଟଂ, ବାଲି କୁ ନେଇ ଢଳେଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଭଦ୍ରକ ମୁସଲିମ ଜମାତ ସଭାପତି ହାଜି ମହମ୍ମଦ ଅବଦୁଲ ବାରି, ସାଧାରଣ ସମ୍ପାଦକ ଶେଖ ଏନାମ ମହମ୍ମଦ, ସମ୍ପାଦକ ସେଖ ସିରାଜୁଦ୍ଦିନ, ମହେବୁବ ଖାନ୍‌, ନଇମ ଅହେମଦ, ହଫିଜୁର ରହେମନ, ସେଖ ଜଲାଲ, ମିଡିଆ ସେଲ ସଂଯୋଜକ ଶେଖ ଅନୱାର(ବାବୁ) ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ, ଭଦ୍ରକ ସହର କଦମବେଡା ସ୍ଥିତ ପବିତ୍ର ଇଦ୍‌ଘା ର ଉନ୍ନୟନମୂଳକ କାର୍ଯ୍ୟ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧କୋଟି ଟଙ୍କାର ଅନୁଦାନ ଯୋଗାଇଥିଲେ । ଏହି ଅନୁଦାନ ରାଶିରେ ଇଦ୍‌ଘା ର ନବ କଳେବର କାର୍ଯ୍ୟ ଆଜି ଶୁଭାରମ୍ଭ ହୋଇଛି ।