Odiapua.com

ଇତିହାସ ରଚିଲେ ଏହି ବ୍ୟକ୍ତି

ବ୍ରିଟିସ,୧୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ କିଛି ନା କିଛି ଭିନ୍ନ କାମ କରିବାରେ ଲାଗିଥାଆନ୍ତି। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ବ୍ରିଟେନର ଏଶ୍‌ ଡାଇକ୍ସ, ଯିଏକି ଏକ ଅଦ୍ୱିତୀୟ ଇତିହାସ ରଚିଛନ୍ତି। ସେ ଏମିତି କିଛି କରି ଦେଖାଇଛନ୍ତି, ଯାହା ଆଜି ପଯ୍ୟର୍ନ୍ତ କେହି ବି କରିପାରି ନ ଥିଲେ।

୨୮ ବର୍ଷୀୟ ଏଶ୍‌ ଦୁନିଆର ତୃତୀୟ ଲମ୍ବା ନଦୀ ୟାଙ୍ଗତଜେ ଅତିକ୍ରମ କରିବାରେ ବିଶ୍ୱର ପ୍ରଥମ ବ୍ୟକ୍ତି ବନିଯାଇଛନ୍ତି। ଚୀନର ୧୧ଟି ପ୍ରାନ୍ତ ଦେଇ ପ୍ରବାହିତ ହେଉଥିବା ୟାଙ୍ଗତଜେ ନଦୀ ୬,୪୦୦ କିଲୋମିଟର ପଯ୍ୟର୍ନ୍ତ ପରିବ୍ୟାପ୍ତ। ଏଶ୍‌ ଏହି ଯାତ୍ରାକୁ ୧ ବର୍ଷରେ ଶେଷ କରିଛନ୍ତି।