Odiapua.com

ଇଣ୍ଡୋନେସିଆରେ ଭୂମିକମ୍ପ, ୨୦ ମୃତ, ୩୦୦ ଆହତ

ନୂଆ ଦିଲ୍ଲୀ ୨୧-୧୧ (ଓଡ଼ିଆ ପୁଅ) ଇଣ୍ଡୋନେସିଆରେ ଜାଭା ଦ୍ୱୀପପୁଞ୍ଜରେ ହୋଇଥିବା ଭୂମିକମ୍ପରେ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅତି କମରେ ୩୦୦ ଜଣ ଆହତ ହୋଇଥିବା ଖବର ନ୍ୟୁଜ୍‌ ଏଜେନ୍ସି ଏଏଫପି ପକ୍ଷରୁ ଜଣାପଡ଼ିଛି। ଏହି ଭୂମିକମ୍ପର ତୀବ୍ରତା 5.6 ମ୍ୟାଗ୍ନିଚ୍ୟୁଡ ଥିବାର ଜଣାପଡ଼ିଛି। ଭୂମିକମ୍ପରେ ଘର ଭାଙ୍ଗିଯିବାରୁ ମୃତକଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି।

ଇଣ୍ଡୋନେସିଆର ପାଣିପାଗ ବିଭାଗ, ଜଳବାୟୁ ଏବଂ ଜିଓଫିଜିକ୍ସ ଏଜେନ୍ସି କହିଛି ​​ଯେ ଏହି ଭୂକମ୍ପ ୫.୬ ମ୍ୟାଗ୍ନିଚ୍ୟୁଡର ଥିଲା ଏବଂ ଜାକର୍ତ୍ତା ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ସିଆନଜୁର ନିକଟରେ ଏହାର କେନ୍ଦ୍ରସ୍ଥଳ ଥିଲା।