Odiapua.com

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଆଠମଲ୍ଲିକର ଦୁଇ ବର୍ଷ ଝିଅ ଭାଗ୍ୟଶ୍ରୀ

ଆଠମଲ୍ଲିକ (ଓଡ଼ିଆ ପୁଅ/ଧନଞ୍ଜୟ ନାୟକ) ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ କିଶୋରନଗର ବ୍ଲକ ଅନ୍ତର୍ଗତ ଲୁହାମୁଣ୍ଡା ଗ୍ରାମର କୁନି ଝିଅ ଭାଗ୍ୟଶ୍ରୀ ପ୍ରଧାନ ଇଣ୍ଡିଆ ବୁକ ଅଫ ରେକର୍ଡ ପ୍ରତିଯୋଗିତା ରେ ସ୍ଥାନ ପାଇଥିବା ଦେଖାଦେଇଛି। ସୂଚନା ନେବାରେ ଜଣାଯାଏ ଯେ, ଚଳିତ ବର୍ଷ ଅଗଷ୍ଟ ୧୪ ତାରିଖ ଇଣ୍ଡିଆ ବୁକ ଅଫ ରେକର୍ଡ ତରଫରୁ ଗୋଟିଏ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ସେଥିରେ ଅନଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକ ଲୁହାମୁଣ୍ଡା ଗ୍ରାମର ଦୁଇବର୍ଷ ଆଠମାସ କୁନିଝିଅ ଭାଗ୍ୟଶ୍ରୀ ଭାଗନେଇ ଥିଲେ। ସେଥିରେ ପଚାରି ଥିବା ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେଇଥିଲେ ଓ ସେ ନିର୍ଭୁଲ ଭାବରେ ଜାତୀୟ ସଂଗୀତ ଗାନ କରିବା ସହିତ ୧୨ ଟି ରଙ୍ଗର ନାମ, ୧୩ଟି ଫୁଲର ନାମ ସହିତ ଆହୁରି ଅନେକ ପ୍ରକାର ର ପ୍ରଶ୍ନର ସଠିକ ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇ ଥିବାରୁ ଇଣ୍ଡିଆ ବୁକ ଅଫ ତରଫରୁ ତାଙ୍କୁ ଗୋଲଡ ମେଡାଲ ସହ ପ୍ରମାଣପତ୍ର ବି ଆର ପେନ ଆଇ ଡି କାର୍ଡ ପୁରସ୍କାର ପ୍ରଦାନ କରାଯାଇଛି। ଏହା ପ୍ରଚାରିତ ହେବା ପରେ ସାରା ଅନଗୁଳ ଜିଲାରେ ଖୁସିର ଲହରୀ ଖେଳିଯାଇଛି। ଉକ୍ତ ଝିଅ ଦିନେନା ଦିନେ ବାପା ମାଆ ଏବଂ ଗାଁ ର ଟେକ ରଖିବ ଏ କୁନି ଝିଅ ଏମିତି ଅନେକ ପ୍ରଶଂସା ପାତ୍ର ପାଲଟିଛି କୁନି ଝିଅ ବିଦ୍ୟାଶ୍ରୀ। ବୟସ କମ ହୋଇଥିଲେ ମଧ୍ୟ ଅନେକ ପ୍ରତିଯୋଗୀ ଙ୍କୁ ପଛରେ ପକାଇ ସଫଳତା ହାସଲ କରି ପାରିଛି କୁନି ପ୍ରତିଭା। ବିଦ୍ୟାଶ୍ରୀର ସଫଳତା ପାଇଁ ପରିବାର ଲୋକ ଯେତିକି ଗର୍ବିତ ତାଠାରୁ ଅଧିକ ଅଂଚଳ ବାସି ମଧ୍ୟ ସେତିକି ଗର୍ବ ଅନୁଭବ କରୁଛନ୍ତି।