ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାତ୍ର ୨୦ ମାସର ଶିଶୁ ଇନୟା ଅଂଜୁମ ତାଙ୍କର ବିସ୍ମୟ କାର୍ଯ୍ୟ ଯୋଗୁଁ ତାଙ୍କ ନାମ ଇଣ୍ଡିଆ ବୁକ୍ ରେକର୍ଡସ୍-୨୦୨୬ ରେ ସ୍ଥାନୀତ ହୋଇଛି। ଇନୟା ଠିକ ଭାବେ କଥା କହିବା ଶିଖି ନଥିବା ମାତ୍ର ଜ୍ଞାନ ପାଇଁ ସମସ୍ତଙ୍କୁ ବିସ୍ମିତ କରିଛି, ଭଦ୍ରକ ଜିଲ୍ଲା ଆଗରପଡ଼ା ସ୍ଥିତ ଘଂଟଗଡ଼ିଆ ଗ୍ରାମର ଦିଲବର ଶାହା ଓ ରସିଦା ଖ୍ୟାତୁନଙ୍କ ଝିଅ ଇନୟାଙ୍କୁ ନେଇ ସବୁଠି ଚର୍ଚ୍ଚା। ଇନ୍ନୟା ବିଭିନ୍ନ ପଶୁ, ଫଳ, ପନିପରିବା, ପରିବହନ, ପକ୍ଷୀ, ଜୀବାଣୁ, ବାଦ୍ୟଯନ୍ତ୍ର, ବିଭିନ୍ନ ଆକୃତି, ସାମୁଦ୍ରିକ ଜୀବ,ପ୍ରକୃତି ପ୍ରଦତ ସାମଗ୍ରୀ, ଛୋଟ ଜୀବ, ରଙ୍ଗ,ପଶୁଙ୍କ ଘର, ଜାତୀୟ ସଙ୍କେତ, ସୋଲାର ସିଷ୍ଟମ ଟ୍ରାଫିକ ଲାଇଟ୍, ଶରୀର ଓ କମ୍ପ୍ୟୁଟର ଅଂଶର ନାଆଁ, ଦେଶ, ରାଜ୍ୟ, ଜିଲ୍ଲା, ରାଜଧାନୀ, ଆମ ଦେଶ ରାଜନେତା ମାନଙ୍କ ନାମ ହିନ୍ଦୀ ଓ ଇଂରାଜୀରେ ସଠିକ୍ ଭାବେ କହି ପାରୁଛନ୍ତି। ମାତ୍ର ୨୦ ମାସ ବୟସରେ ଏପରି ପ୍ରତିଭା କୁ ସବୁଆଡୁ ପ୍ରଶଂସା ମିଳୁଛି, ଇନ୍ନୟା କୁ ମା ନିଜେ ସବୁ ଶିଖାଇଥିବା କହିଥିବା ବେଳେ ତେବେ ଆଗକୁ ଝିଅ ଦେଶ ପାଇଁ ଗୌରବ ଆଣୁ ବୋଲି ମା କହିଛନ୍ତି