Odiapua.com

ଇଣ୍ଡିଆନ ଅଏଲ ଓ ରୋଟାରୀ କ୍ଲବ ପକ୍ଷରୁ ଗରିବଙ୍କୁ ସହାୟତା

ଯୋଡା, ୦୧/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡାସ୍ଥିତ ଲାଇ ଫୁଏଲ ଏବଂ ଯୋଡା ରୋଟାରୀ କ୍ଲବ ପକ୍ଷରୁ ଇଣ୍ଡିଆନ ଅଏଲ ଦିବସ ଉତ୍ସବରେ ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି । ଏହି ଅବସରରେ ଏକ କେକ୍ କଟାଯାଇ ଉତ୍ସବର ଶୁଭାରମ୍ଭ କରାଯାଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଡା ଟାଟା କମ୍ପାନୀ ମୁଖ୍ୟ ରାଜେଶ କୁମାର, ସମ୍ମାନୀୟ ଅତିଥି ଭାବେ ରୋଟାରୀଆନ ତାରିଣୀ ପ୍ରସାଦ ମହାନ୍ତି ଏବଂ ରୋଟାରୀଆନ ବି.ଡି. ସାହୁ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୋଡା ରୋଟାରୀ କ୍ଲବର ସଭାପତି ରୋଟାରୀଆନ ବିକାଶ ରଞ୍ଜନ ମହାନ୍ତି, ସମ୍ପାଦକ ରୋଟାରୀଆନ ସ୍ୱରୂପ ପଣ୍ଡା, ସୁନିଲ କୁମାର ବାଷୋତିଆ, ସିଦ୍ଧାର୍ଥ ସାରଥି କର, ପ୍ରକାଶ କୁମାର ମହାନ୍ତି, ଜିତେନ୍ଦ୍ର ବୈଦ୍ୟ, ସୌର୍ଯ୍ୟ ମହାପାତ୍ର, ବି. ସାଇଶିବା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଶହେ ଜଣ ଗରିବ ଓ ଭିନ୍ନକ୍ଷମଙ୍କୁ ଶାଢୀ ବିତରଣ କରାଯାଇଥିଲା । ଏବଂ ଶହେ ଜଣ ଟ୍ରକ ଚାଳକ ଏବଂ ହେଲଫରଙ୍କୁ ପ୍ୟାଣ୍ଟ-ସାର୍ଟ କପଡା ପ୍ରଦାନ କରାଯାଇଥିଲା ଓ ୫ଶହ ଲାଇନ ଟ୍ରକ ଡ୍ରାଇଭରଙ୍କୁ ଟିଫିନ କ୍ୟାରିଅର ବଣ୍ଟନ କରାଯାଇଥିଲା । ପେଟ୍ରୋଲ ପମ୍ପର ପରିଚାଳକ ବିକାଶ ରଞ୍ଜନ ମହାନ୍ତିଙ୍କ ପକ୍ଷରୁ ଏହି ପମ୍ପରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପ୍ରୋତ୍ସାହନ ରାଶୀ ଚେକ୍ ମାଧ୍ୟମରେ ବଣ୍ଟନ କରାଯାଇଛି ।