Odiapua.com

ଇଟାମାଟି ବଂଶୀଧର ଇଣ୍ଟରନ୍ୟାସ୍‌ନାଲ୍ ତରଫରୁ ଗୋପାଳପୁରରେ ଚାରା ବଣ୍ଟନ

ଓଡିଆ ପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ)୦୬/୧୦ – ନୟାଗଡ ଜିଲ୍ଲା ଇଟାମାଟି ବଂଶୀଧର ଇଣ୍ଟର୍‌ନ୍ୟାସ୍‌ନାଲ୍ ତରଫରୁ ଗୋପାଳପୁର ପଂଚାୟତରେ ୪ର୍ଥ ଦିନରେ ଚାରା ବଣ୍ଟନ କରାଯାଇଥିବା ଜଣାପଡିଛି । ପ୍ରତ୍ୟେକ ପରିବାରକୁ ଗୋଟିଏ ସଜନା ଗଛ ଓ ଗୋଟିଏ ଅମୃତଭଣ୍ଡା ଗଛ ପ୍ରଦାନ କରାଯାଇଛି ।

ଗୋପାଳପୁର ପ୍ରତ୍ୟେକ ଗ୍ରାମରେ ବଂଶୀଧର ଇଣ୍ଟର୍‌ନ୍ୟାସ୍‌ନାଲ୍ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ମନୋଜ କୁମାର ସାହୁଙ୍କ ପୌରହିତ୍ୟରେ ବାଳକୃଷ୍ଣ ସଡଙ୍ଗି, ସନ୍ତୋଷ ସାହୁ, ବିମଳ ଦାସ, ଧୃବ ପରିଡା, ଅତିଥି ଭାବରେ ଯୋଗ ଦେଇଥିବା ବେଳେ ତାପସ ମହାପାତ୍ର, ପ୍ରଫୁଲ ସାହୁ, ପ୍ରଦ୍ୟୁନ କୁମାର ସାହୁ, ଅକୃର ଗୌଡ, ଅଜୟ କୁମାର ପ୍ରଧାନଙ୍କ ସମେତ ଏକ ହଜାରରୁ ଉର୍ଦ୍ଧ ବ୍ୟକ୍ତି ସଚେତନତା ପଦଯାତ୍ରା କରିଥିଲେ । ଏହାଫଳରେ ଘରେ ଘରେ ଫଳ ବୃକ୍ଷ ଲଗାଇବା ପାଇଁ ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଥିଲା ।