Odiapua.com

ଇଞ୍ଜିନିୟରଙ୍କ କରୋନା ସଚତେନତା, ଗୋଟିଏ ମାସ ଦରମାରେ ବାଂଟିଲେ ମାସ୍କ ଓ ସାନିଟାଇଜର

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିନକୁ ଦିନ ମହାମାରୀ କରୋନା ତାର ଦ୍ୱିତୀୟ ପର୍ଯ୍ୟାୟରେ ସୀମା ଲଂଘନ କରି ଚାଲିଛି । ଏହି ମହମାରୀ କରୋନାକୁ ରୋକ ଦେବା ଲାଗି ସରକାର ଜନସଚେତନତା ସୃଷ୍ଟି କରିବା ସହ ଲକଡାଉନ ଘୋଷଣା କରିଛନ୍ତି । ଏହି ମହାମାରୀ କରୋନାର ଲହରକୁ ରୋକ ଦେବାପାଇଁ ଯୁବ ଇଞ୍ଜିନୟରଙ୍କ ମହାନତାକୁ ନେଇ ଚର୍ଚ୍ଚା ଚାଲିଛି । ଖବରରୁ ପ୍ରକାଶ ଚାନ୍ଦବାଲି ବଡଓସ୍ତିଆ ପଂଚାୟତର ଯୁବ ଇଞ୍ଚିନୟର ଚମ୍ପକଲାଲ ମହାନ୍ତି ତାଙ୍କର ସହକର୍ମୀଙ୍କୁ ନେଇ ମହାମାରୀ କରୋନା ଉପରେ ସଚେତନତା ସୃଷ୍ଟି କରିଚାଲିଛନ୍ତି । ଏଥିସହ ଚାନ୍ଦବାଲି ଅଂଚଳର ଗ୍ରାମାଂଚଳକୁ ଯାଇ ଗରିବ ଖଟିଖିଆ ଲୋକ ମାନଙ୍କୁ ମାସ୍କ ବଂଟନ କରିବା ସହ ସାନିଟାଇଜର ବ୍ୟବହାର କରିବା ପାଇଁ ଉପଦେଶ ଦେବା ସହ ସାନିଟାଇଜର ମଧ୍ୟ ବଂଟନ କରିଛନ୍ତି । ଏଥିପାଇଁ ସେ ଏକ ମଲଟି ନେସନାଲ କମ୍ପାନୀରେ ଚାକିରୀ କରି ମଧ୍ୟ ନିଜର ଏକ ମାସର ଦରମା ଏଥି ପାଇଁ ବ୍ୟୟ କରି ଗ୍ରାମାଚଂଳରେ କିପରି ସାଧାରଣ ଜନତା ଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇ ପାରିବା ସହ କରୋନରୁ ରକ୍ଷା ପାଇପାରିବେ ସେଥିପାଇଁ ସେ ଏହି ସାମାଜିକ କାର୍ଯ୍ୟ ପାଇଁ ଅଙ୍ଗୀକାର ବଦ୍ଧ ବୋଲି ନିଜର ପ୍ରତିକ୍ରିୟା ରଖିଥିଲେ ।