Odiapua.com

ଇଞ୍ଚୋଳରେ ମା ତାରିଣୀ ରେଡ ଟେନିସ କ୍ରିକେଟ ଉଦଘାଟିତ

ହାଟଡିହି-୨୭ /୧୨ (ଓଡିଆପୁଅ /ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଇଞ୍ଚୋଳ ଠାରେ ମା ତାରିଣୀ ରେଡ ଟେନିସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ପଞ୍ଚାୟତ ଯୁବ ବିଜେଡି ପକ୍ଷରୁ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ହାଟଡିହି, ରଟିଣା, ପଢ଼ିଆରିପଲ୍ଲୀ, ଆଭେଞ୍ଜର ଅଁରା, ବନ୍ଦାଳ, ଆଗରପଡା, ରାଣୀଗୋଡା ଓ ଯାଜପୁରର ମୋଟ ୮ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ତିନିଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇଞ୍ଚୋଳ ପଞ୍ଚାୟତର ବିଜେଡି ସଭାପତି ଅଭିମନ୍ୟୁ ସେଠୀ, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ପାର୍ବତୀ ନାଇକ, ନାଏବ ସରପଞ୍ଚ ବିଜୟ ମହାପାତ୍ର, ନାରାୟଣ ଚନ୍ଦ୍ର ନାୟକ, ସୁବାସ ଚନ୍ଦ୍ର ମହାପାତ୍ର, ଅନନ୍ତ ଚରଣ ପଣ୍ଡା, ନିରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆଜିର ଉଦଘାଟନି ମ୍ୟାଚରେ ନଗେନ ସା, କାର୍ତ୍ତିକେଶ୍ୱର ମଲ୍ଲିକ, ବଳରାମ ରାଉତ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ବିଜୟ ମଲ୍ଲିକ, ଅକ୍ଷୟ ସ୍ୱାଇଁ ଏବଂ ଭାଷ୍ୟକାର ଭାବେ ହରେକୃଷ୍ଣ ନାୟକ, ଉମାକାନ୍ତ ଜେନା, ଅଲେଖ ସ୍ୱାଇଁ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ମନୋଜ ରାଉତ, ପି.ଏଲ. ଶୁଭମ ମହାପାତ୍ର, ଯୋଗେଶ୍ୱର ପାତ୍ର, ଜଗନ୍ନାଥ ରାଉତ, କମଳ ସା, ଶଶିକାନ୍ତ ପଣ୍ଡା, ରାମଚନ୍ଦ୍ର ନାୟକ, ଚିନ୍ତାମଣୀ ରାଉତ, ଆଶିର୍ବାଦ ସ୍ୱାଇଁ, ବିଶ୍ୱରଞ୍ଜନ ପାତ୍ର, ମନମୋହନ ସ୍ୱାଇଁ, ଜ୍ଞାନରଞ୍ଜନ ପାତ୍ର, ଶଶିକାନ୍ତ ରାଉତ, ତାପସ ନାୟକ, ସୁଶିଲ ରାଉତ, ଦେବବ୍ରତ ମଲ୍ଲିକ, ସୌମ୍ୟ ରଞ୍ଜନ ବିଶ୍ୱାଳ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଛନ୍ତି ।