Odiapua.com

ଇଜିଂନିୟରିଂ ଛାତ୍ରର ଝୁଲନ୍ତା ଶବ ଉଦ୍ଧାର

ମାଲକାନଗିରି, ୭।୧ (ଓଡିଆ ପୁଅ ) ଜଣେ ଇଜିଂନିୟରିଂ ଛାତ୍ରର ଝୁଲନ୍ତା ଶବ ଓ ଏକ ମଟର ସାଇକେଲକୁ ଜଙ୍ଗଲରୁ ଆଜି ପୁଲିସ ଉଦ୍ଧାର କରିଛନ୍ତି। ମୋଟୁଥାନାସ୍ଥ ଏମଭି୮୦ ଗ୍ରାମର ସନ୍ତୋଷ ଦାସଙ୍କ ପୁଅ ସାଗର ଦାସ(୨୨) ନିଜ ବାପା ମାଙ୍କ ସହ ପାଟିତୁଣ୍ଡକରି ଗତ କାଲି ସନ୍ଧ୍ୟାରେ ଘରୁ ପଳାଇ ଯାଇଥିଲେ। ସେ ସାଙ୍ଗଘରକୁ ଯାଇ ଥାଇପାରନ୍ତି ଭାବି ପରିବାର ଲୋକେ ଗୁରୁତ୍ୱ ଦେଇନଥିଲେ।ଆଜି ସକାଳେ କାଲିମେଳା ଥାନାସ୍ଥ କୋଇମେଟଲା ଜଙ୍ଗଲ କୁ ପାଖ ଗାଁର କିଛି ଲୋକ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ସେହି ଜଙ୍ଗଲରେ ଜଣେ କାହାର ମୃତଶରୀର ଗଛରେ ଝୁଲନ୍ତା ଅବସ୍ଥାର ରହିଥିବାର ଦେଖିଥିଲେ। ସେମାନେ ଏ ସଂପର୍କରେ କାଲିମେଳା ଥାନାରେ ଜଣାଇବା ପରେ କାଲିମେଳା ପୁଲିସ ଘଟଣାସ୍ଥଳରେ ପହଁଚି ଗଛରୁ ମୃତଶରୀର ଉଦ୍ଧାର କରିଥିଲେ। ସେହି ମୃତଶରୀରକୁ ପାଖ ଆଖ ଲୋକ ମାନେ ଦେଖି ଜାଣିପାରିଥିଲେ ଏମଭି୮୦ଗ୍ରାମର ଶିକ୍ଷକ ସନ୍ତୋଷ ଦାସ ଙ୍କ ପୁଅ ସାଗର ଦାସଙ୍କର, ପୁଲିସ ମୃତ ସାଗରଙ୍କ ଘରକୁ ଖବରଦେବାରୁ ତାଙ୍କ ପରିବାର ଲୋକେ ସେଠାରେ ପହଁଚି ପୁଅକୁ ଚିହ୍ନଟ କରିଥିଲେ।ସେହି ଗଛ ମୁଳେ ସାଗରଙ୍କ ମଟର ସାଇକେଲଟି ଥିଲା, ପୁଲିସ ମଟର ସାଇକେଲ ଜବତ କରି ସାଗରଙ୍କ ମୃତଶରୀର ଶବ ବ୍ୟବଛେଦ ପାଇଁ କାଲିମେଳା ଡାକ୍ତର ଖାନାକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇନ୍ତି। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ସାଗର ଇଜିଂନିୟରିଂ ପାସକରି ଚାକିରି ଖୋଜୁଥିଲେ। କାଲିମେଳା ଅଚଂଳର କୌଣସି ଏକ ଝିଅକୁ ସେ ଭଲପାଉଥିଲେ, ସେ ସଂପର୍କରେ ଗତକାଲି ଘରେ ପାଟିତୁଣ୍ଡ ହୋଇଥିଲା। ସାଗର ଘରୁ ରାଗିକି ପଳାଇଥିଲେ। ଆଜି ସକାଳେ ତାଙ୍କ ମୃତଶରୀର କୋଇମେଟଲା ଜଙ୍ଗଲରୁ ଉଦ୍ଧାର କରାଯାଇଛି। ସାଗର ନିଜ ବେକରେ ଏକ ପ୍ଲାଷ୍ଟିକ ରଶିଲଗାଇ ଗଛରେ ଫାସି ଦେଇ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।