Odiapua.com

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବାର୍ଦ୍ଦକ୍ୟତା,୪୦କିଲୋମିଟର ସାଇକେଲ ରେସରେ ଭାଗନେଇ କୃତିତ୍ୱ ହାସଲ କଲେ ୬୦ବର୍ଷର ବୃଦ୍ଧ

ମାଲକାନଗିରି,୫ା୨ (ଓଡିଆ ପୁଅ ) ଉଦ୍ୟମ,ଆଗ୍ରହ ଓ ଇଚ୍ଚାଶକ୍ତି ଥିଲେ ଅସାଧ୍ୟକାମ ସଫଳତାର ସହିତ ହୋଇପାରେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସହରରେ ,ଇଚ୍ଛାଶକ୍ତି ଆଗରେ ହାରମାନିଛି ବାର୍ଦ୍ଦକ୍ୟତା,ଦୀର୍ଘ୪୦କିଲୋମିଟର ରାସ୍ତା ସାଇକେଲ ରେସ ପ୍ରତି ଯୋଗୀତାରେ ଭାଗନେଇ କୃତିତ୍ୱ ହାସଲକରିଛନ୍ତି ଜଣେ ୬୦ବର୍ଷର ବୃଦ୍ଧ । ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ଥିଲା ଜିଲ୍ଲାସ୍ତରୀୟ ସାଇକେଲ ରେସ ପ୍ରତି ଯୋଗୀତା । ଏହି ରେସ ଦୀର୍ଘ୪୦କିଲୋମିଟର ଦୂର କାଲିମେଳା ଠାରୁ ଆରମ୍ଭ ହୋଇ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ପହଁଚିଥିଲା । ଏହି ପ୍ରତିଯୋଗୀତାରେ ୧୩୦ଜଣ ବିଭିନ୍ନ କଲେଜର ଛାତ୍ର ଛାତ୍ରୀ,ଆରକ୍ଷୀ ବାହିନୀ ଓ ସହରର ଯୁବକ ଯୁବତୀ ମାନେ ଭାଗନେଇଥିଲେ । ସାଇକେଲ ରେସ ମାଲକାନଗିରି ଠାରେ ପହଁଚିଲା ପରେ ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଥିଲା, ଯହା କୁ ଦେଖି ସମସ୍ତ ପ୍ରତି ଯୋଗୀ ଓ ଆୟୋଜକ ମାନେ ଚକିତ ହୋଇ ଯାଇଥିଲେ । ଅନ୍ୟାନ ପ୍ରତି ଯୋଗୀମାନଙ୍କ ସହ ଜଣେ ୬୦ବର୍ଷର ବୃଦ୍ଧ ବେଶଆରାମ ରେ କାଲିମେଳା ଠାରୁ୪୦କିଲୋମିଟର ଦୂର ରାସ୍ତା ସାଇକେଲ ଚଳାଇ ମାତ୍ର ୪୫ମନିଟରେ ମାଲକାନଗିରି ଠାରେ ପହଁଚି ଥିଲେ । ପ୍ରତିଯୋଗୀ ମାନଙ୍କ ସହିତ କାଲିମେଳା ବ୍ଲକସ୍ଥ କୋଇମେଟଲା ପଚାଂୟତ ଏମପିଭି ୬୨ ଗ୍ରାମର ସୁବଳ ହାଲଦାର ନାମକ ୬୦ବର୍ଷର ବୃଦ୍ଧ ଭାଗନେବାକୁ ଆଗେଇ ଆସିଥିଲେ । ବୃଦ୍ଧଙ୍କୁ ଆୟୋଜକ ମାନେ ଭାଗନେବାକୁ ବାରଣ କରିବାରୁ ସୁବଳ କହିଥିଲେ ଜିଲ୍ଲାର ଉତ୍ସବ ହେଉଛି ମୁ କାହିଁକି ଏଥିରେ ଭାଗନେବି ନାହିଁ, ଅନ୍ୟାନ ପ୍ରତି ଯୋଗୀ ମାନଙ୍କୁ ଉତ୍ସାହିତ ଓ ସେମାନଙ୍କର ମନବଳ କୁ ସୃଦୃଢ କରାବିପାଇଁ ଏହି ପ୍ରତି ଯୋଗୀତାରେ ଭାଗନେବି କହି ଅଡିବାସିବାରୁ ତାଙ୍କ ଘର ଏମପିଭି ୬୨ ହୋଇଥିବାରୁ ତାଙ୍କୁ କ୍ରମିକ ନମ୍ବର ୬୨ଦିଆ ଯାଇଥିଲା । ଅନ୍ୟାନ ପ୍ରତି ଯୋଗୀମାନଙ୍କ ସହିତ ସେ ମଧ୍ୟ ସାଇକେଲ ଚଳାଇ ମାଲକାନଗିରି ଠାରେ ଭଲରେ ପହଁଚି ଥିଲେ । ଅନେକ ଯୁବକ ଓ ଯୁବତୀ ପ୍ରତି ଯୋଗୀ ସାଇକେଲରୁ ପଡିଯିବା ଓ ବହୁବିଳମ୍ବରେ ମାଲକାନଗିରି ଠାରେ ପହଁଚି ଥିବା ବେଳେ ଏହି ବୃଦ୍ଧ ଆରାମରେ ମାଲକାନଗିରି ଠାରେ ପହଁଚି ୯ମ ସ୍ଥାନ ଅଧିକାର କରିଥିଲେ ।ପ୍ରଥମ ବିଜେତାଙ୍କୁ ୫ହଜାରଟଙ୍କା ଦ୍ୱିତୀୟ ବିଜେତାଙ୍କୁ ୩ହଜାର ଟଙ୍କା, ତୃତୀୟ ବିଜୋତାଙ୍କୁ ୨ ହଜାରଟଙ୍କା ଓ ଅନ୍ୟ ୫ଜଣଙ୍କୁ ୫୦୦ଟଙ୍କା ଲେଖା ସ୍ୱାନ୍ତନା ମୁଳକ ପୁରସ୍କାର ପ୍ରଦାନକରିବାର ବ୍ୟବସ୍ଥା ରହିଛି । ପୁରଷବର୍ଗରେ ପ୍ରଥମ ଫୁଲସୁନ୍ଦର ପୁଜାରୀ,ଦ୍ୱିତୀୟ ଜଗନ୍ନାଥ ଖରା,ତୃତୀୟ ଅର୍ଜୁନ ମାଡକାମି ଓ ମହିଳା ବର୍ଗରେ ମାର୍ଶଲ ଆର୍ଟି ଏକାଡେମୀର ଛାତ୍ରୀ ଲକ୍ଷମି ସୋଡି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁମିତ୍ରା ମାଢୀ ଦ୍ୱତୀୟ ସ୍ଥାନ ଅଧିକାର କରିଛନ୍ତି,ତୃତୀୟସ୍ଥାନରେ ସନ୍ଧ୍ୟାକବାସୀ ଅଛନ୍ତି । ଜଣେ ବୃଦ୍ଧ ଏହି ପ୍ରତି ଯୋଗୀତାରେ ଭାଗନେଇ କୃତିତ୍ୱ ହାସଲ କରିଥିବାରୁ ତାଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ମାଲ୍ୟବନ୍ତ ମହୋତ୍ସବରେ ସମ୍ମାନିତ କରାଯିବା ପାଇଁ ନିସ୍ପତି ନିଆଯାଇଛି । ଆତ୍ୟାଧୁନିକ ଯୁଗରେ ଯୁବଗୋଷ୍ଠି ମାନେ ୧କିଲୋମିଟର ରାସ୍ତା ଯିବାକୁ ହେଲେ ବାଇକ ଉପରେ ନିର୍ଭରକରିଥାନ୍ତି, ପରିଣତ ବୟସରେ ସୁବଳ ପ୍ରତି ଯୋଗୀତାରେ ଭାଗନେଇ ଯୁବସୁଳଭପରି ଦୀର୍ଘ୪୦କିଲୋମିଟର ସାଇକେଲ ଚଳାଇବା ଘଟଣା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । କାଲିମେଳା ଠାରେ ଏହି ସାଇକେଲ ଚାଳନା ପ୍ରତି ଯୋଗୀତାକୁ ମାଲକାନଗିରି ଜିଲ୍ଲା କ୍ରୀଡାଅଧିକାରୀ କୁଳମଣିନିଆଲ,ତହଲିସଦାର ଡ.ଗୁଣନିଧି ନାୟକ,କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢୀ,ବିଡିଓ ଉମାଶଙ୍କର ଦଳେଇ, ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ ମିଶ୍ର ଅତିଥି ଭାବେ ଉପସ୍ଥିତି ରହି ସବୁଜପତକା ଦେଖାଇ ଅଦଘାଟନ କରିଥିଲେ ।