Odiapua.com

ଇଂ ଦେବାଷିଶ ପଟ୍ଟନାୟକ ରଣପୁର ବିଜେଡିର ପ୍ରଚାର କମିଟି ଅଧ୍ୟକ୍ଷ

ନୟାଗଡ଼, ୯ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ରଣପୁର ନିର୍ବାଚନ ମଣ୍ଡଳୀର ବିଜେଡିର ପ୍ରଚାର କମଟି ଅଧ୍ୟକ୍ଷ ଭାବେ ଇଂ ଦେବାଷିଶ ପଟ୍ଟନାୟକଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତି କରିଛନ୍ତି। ରଣପୁରରେ ଆସନ୍ତା ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ୨୦୦୫ ମସିହାରେ ଇଂ ଦେବାଷିଶ ରଣପୁର ବ୍ଳକ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲାବେଳେ ସମ୍ପ୍ରତି ସେ ପୁରୀ ଏମପି ପିନାକୀ ମିଶ୍ରଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧିଭାବେ କାର୍ଯ୍ୟ କରୁଥିଲେ। ପ୍ରଚାର କମଟି ଅଧ୍ୟକ୍ଷ ଭାବେ ଇଂ ଦେବାଷିଶଙ୍କୁ ନିଯୁକ୍ତି ଦେବାପାଇଁ ରଣପୁରର ବିଜେଡି ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଦଳ ସଭାପତି ନବୀନ ପଟ୍ଟନାୟଙ୍କୁ ସୁପାରିଶ କରିଥିଲେ। ବିଜେଡି ଦଳ ପକ୍ଷରୁ ଇଂ ଦେବାଷିଶ ପଟ୍ଟନାୟକଙ୍କୁ ସ୍ୱାଗତ କରାଯାଇଛି।