Odiapua.com

ଇଂଲଣ୍ଡ ବନାମ ଭାରତ : ୨୮ ଓଭର ପରେ ଭାରତ ୧୯୦/୪

ନୂଆ ଦିଲ୍ଲୀ ୨୮-୩ (ଓଡ଼ିଆ ପୁଅ) ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ଅନ୍ତିମ ମ୍ୟାଚ୍ ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଆଜି କେଉଁ ଦଳ ଜିତିବ, ସିରିଜରେ ବିଜୟୀ ସେହି ଦଳ ହେବ।

ଭାରତୀୟ ଦଳରେ ପରିବର୍ତ୍ତନ ହୋଇଛି। ଆଜି ସ୍ପିନର କୁଲଦୀପ ଯାଦବଙ୍କ ସ୍ଥାନରେ ଟି ନଟରାଜନଙ୍କୁ ସୁଯୋଗ ମିଳିଛି। ଏଥି ସହିତ ଇଂଲଣ୍ଡ ମଧ୍ୟ ନିଜ ଦଳରେ ପରିବର୍ତ୍ତନ ଆଣିଛି। ମାର୍କ ଉଡ୍, ଟମ କୁରାନଙ୍କ ସ୍ଥାନରେ ଦଳକୁ ଫେରିଛନ୍ତି।

ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଭାରରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଜି ପ୍ରଥମେ ରୋହିତ ଶର୍ମା ଏବଂ ଶିଖର ଧାୱନ ଓପନିଂ କରିବାକୁ ଆସିଥିଲେ। ରୋହିତ ଶର୍ମା କେବଳ ୩୭ଟି ବଲ୍‌ ଖେଳି ୩୭ ରନ୍‌ କରି ଆଦିଲ୍‌ ରସିଦ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ଏହା ପରେ ଶିଖର ଧାୱନ ୫୬ଟି ବଲ୍‌ ଖେଳି ୬୭ ରନ୍‌ କରିଥିଲେ। ଏଥିରେ ସେ ୧୦ଟି ଚୌକା ମାରିଛନ୍ତି। ଏହା ପରେ ଅଧିନାୟକ ବିରାଟ କୋହଲି ଆସ କେବଳ ୧୦ଟି ବଲ୍‌ ଖେଳି ୭ ରନ୍‌ରେ ଆଉଟ୍‌ ହୋଇଯାଇଥିଲେ। ଏହା ପରେ କେଏଲ୍‌ ରାହୁଲ ମଧ୍ୟ କେବଳ ୧୮ଟି ବଲ୍‌ ଖେଳି ୭ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ବର୍ତ୍ତମାନ ଋଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଖେଳୁଛନ୍ତି।

ବର୍ତ୍ତମାନ ସୁଦ୍ଧା ୨୮ ଓଭର ଖେଳ ସରିବା ପରେ ଭାରତ ୪ ୱିକେଟ୍‌ ହରାଇ ୧୯୦ ରନ୍‌ କରିଛି।

ଭାରତ ଏକାଦଶ :
ରୋହିତ ଶର୍ମା (ଉପ ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି (ଅଧିନାୟକ), କେ.ଏଲ୍ ରାହୁଲ, ଋଷଭ ପନ୍ତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଳ ପାଣ୍ଡ୍ୟା, ଶାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ଟି. ନଟରାଜନ୍, ପ୍ରସିଦ୍ଧ କୃଷ୍ଣ।
ଇଂଲଣ୍ଡ:
ଜେସନ ରୟ, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ, ମଲାନ୍‌, ଜୋସ୍ ବଟଲର (ଅଧିନାୟକ), ମୋଏନ୍ ଅଲି, ସାମ୍ କୁରାନ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଆଦିଲ ରସିଦ, ମାର୍କ ଉଡ୍, ରିସ ଟୋପଲି।
ସ୍କୋର କାର୍ଡ଼
ଇଣ୍ଡିଆ ବ୍ୟାଟିଂ ରନ୍‌ ରେଟ୍ ୬.୪୦
ବ୍ୟାଟ୍ସମ୍ୟାନ୍ ରନ୍‌ ବଲ୍ SR ଚୌକା ଛକ୍କା

ରୋହିତ ଶର୍ମା ବି ଆଦିଲ ରସିଦ ୩୭ ୩୭ ୧୦୦.୦୦ ୬ ୦

ଶିଖର ଧାୱନ c & b ଆଦିଲ ରସିଦ ୬୭ ୫୬ ୧୧୯.୬୪ ୧୦ ୦

ବିରାଟ କୋହଲି ସିପିଟି ବି ମୋଏନ୍ ଅଲି ୭ ୧୦ ୭୦.୦୦ ୧ ୦

ଋଷଭ ପନ୍ତ WKT ୪୩ ୪୩ ୧୧୬.୨୧ ୩ ୨ ଖେଳୁଛନ୍ତି

କେ.ଏଲ୍ ରାହୁଲ ସି ମୋଏନ୍ ଅଲି ବି ଲିଆମ୍ ଲିଭିଙ୍ଗଷ୍ଟୋନ୍ ୭ ୧୮ ୩୮.୮୮ ୦ ୦

ହାର୍ଦିକ ପାଣ୍ଡ୍ୟା ୨୧ ୧୦ ୨୧୦.୦୦ ୦ ୩ ଖେଳୁଛନ୍ତି

ଖେଳିବାକୁ ବାକି ଅଛନ୍ତି

କ୍ରୁନାଲ ପାଣ୍ଡ୍ୟା – – – – –

ଶାର୍ଦ୍ଦୁଲ ଠାକୁର – – – – –

ଭୁବନେଶ୍ୱର କୁମାର – – – – –

ପ୍ରସାଦ କୃଷ୍ଣ – – – – –

ଟି ନଟରାଜନ- – – – –

EXTRAS (w ୭,b ୧) ୮

ମୋଟ (୪ ୱିକେଟ୍, ୨୮ ଓଭର) ୧୯୦

ୱିକେଟ୍ ପତନ

୧-୧୦୩, (ରୋହିତ ଶର୍ମା, ୧୪.୪) ୨–୧୧୭, (ଶିଖର ଧାୱନ, ୧୬.୪) ୩–୧୨୧, (ବିରାଟ କୋହଲି, ୧୭.୪) ୪-୧୫୭, (କେ.ଏଲ୍ ରାହୁଲ, ୨୪.୨)

ଇଂଲଣ୍ଡ ବୋଲିଂ

ବୋଲର୍ସ ଓଭର ରନ୍‌ ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ

ସାମ୍ କୁରାନ୍ ୩ ୨୧ ୦ ୭.୦୦ ୮ ୦

ରିସ୍ ଟୋପଲି ୪ ୩୧ ୦ ୭.୭୫ ୧୫ ୦

ମାର୍କ କାଠ ୩ ୧୯ ୦ ୬.୩୩ ୧୦ ୧

ବେନ୍ ଷ୍ଟୋକ୍ସ ୩ ୨୦ ୦ ୬.୬୬ ୫ ୦

ଆଦିଲ ରସିଦ ୬ ୪୭ ୨ ୭.୮୩ ୧୪ ୦

ମୋଏନ୍ ଅଲି ୭ ୩୯ ୧ ୫.୫୭ ୧୮ ୦

ଲିଆମ୍ ଲିଭିଙ୍ଗଷ୍ଟୋନ୍ ୨ ୧୨ ୧ ୬.୦୦ ୮ ୦