Odiapua.com

ଇଂରାଜୀ ତର୍କରେ ସ୍ୱାତୀ ମହାନ୍ତି ପ୍ରଥମ

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅର୍ନ୍ତଃଗତ ଓଡ଼ିଆ ଇଂରାଜୀ ରଚନା, ଓଡ଼ିଆ ଇଂରାଜୀ ତର୍କ, ଚିତ୍ରାଙ୍କନ, ଝୋଟି ଚିତ୍ତା, ରଙ୍ଗୋଲି, ନୃତ୍ୟ, ଲୋକ ନୃତ୍ୟ, ଏକକ ଆଧୁନିକ କଣ୍ଠସ୍ୱର ଆଦି ବିଭିନ୍ନ ପ୍ରତିଯୋଗିତା ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାଂସ୍କୃତିକ ବିଭାଗରୁ ଭଦ୍ରକ ଜିଲ୍ଲା ଆଗରପଡ଼ା ମହାବିଦ୍ୟାଳୟର ଯୁକ୍ତ୩ ଦ୍ୱିତୀୟ ବର୍ଷର ଛାତ୍ରୀ ସ୍ୱାତୀ ମହାନ୍ତି ଇଂରାଜୀରେ “ମାନବିକତା ପ୍ରତି ଆହ୍ୱାନ କି” ଶୀର୍ଷକ ତର୍କରେ ଭାଗ ନେଇଥିଲେ । ୨୦ରୁ ଉର୍ଦ୍ଧ ମହାବିଦ୍ୟାଳୟ ଏଥିରେ ଭାଗ ନେଇଥିବା ବେଳେ ସୁଶ୍ରୀ ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରି ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ଶିକ୍ଷା ନିଦ୍ଦେର୍ଶକ ପ୍ରଫେସର ସନ୍ତୋଷ ତ୍ରିପାଠୀଙ୍କ ଠାରୁ ପ୍ରମାଣପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ । ଜଗନ୍ନାଥ ଦାସ ସ୍ୱୟଂ ସିଦ୍ଧା ମିଶ୍ରଙ୍କ ତତ୍ତ୍ୱାବଧାନରେ ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସୁଶ୍ରୀ ମହାନ୍ତିଙ୍କ ସଫଳତାରେ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ପ୍ରେମଲତା ଦାଶଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଖୁସୀ ବ୍ୟକ୍ତ କରିଛନ୍ତି ।