Odiapua.com

ଇଂଜିନିୟର ଦେବେନ୍ଦ୍ର ପରିଡାଙ୍କ ସ୍ମୃତିସଭା

କେନ୍ଦ୍ରାପଡା, ୧୯/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ପଂଚାୟତର ଦୁତିଆଳ ଗ୍ରାମର ଯୁବ ଇଞ୍ଜିନିୟର ସ୍ୱର୍ଗତ ଦେବେନ୍ଦ୍ର କୁମାର ପରିଡାଙ୍କ ଦ୍ୱାଦଶାହରେ ଏକ ଶ୍ରଦ୍ଧାଞ୍ଜଳି ସଭା କବି କରୁଣାକର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ତାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯିବା ସହ ପଣ୍ଡିତ ପ୍ରତାପ ପତିଙ୍କ ଦ୍ୱାରା ଗୀତାପାଠ କରାଯାଇଥିଲା। ଏହି ସଭାରେ ଭଜକୃଷ୍ଣ ରାଉତ, ଆଦିକନ୍ଦ ରାଉଳ, ବୈଷ୍ଣବ ଚରଣ ସ୍ୱାଇଁ, ଭାଗିରଥି ଜେନା, ପୂର୍ବତନ ପ୍ରଶାସକ ବିଜୟ କୁମାର ନାୟକ, ଅଧ୍ୟାପକ ଡଃ. ପ୍ରଭାକର ମଲିକ, ଡଃ. ଉପେନ୍ଦ୍ର ନାଥ ପ୍ରଧାନ, ପାଲା ଗାୟିକା ଉଷାରାଣୀ ସାହୁ, ଶିକ୍ଷକ ମଧୁସୁଦନ ରାଉତ, କୃଷକ ନେତା ଫକିର ଚରଣ ଖଟୁଆ, ମୁକ୍ତାର ଖାଁ, ମଥୁରାନନ୍ଦ ସାହୁ, ରାଜକିଶୋର ନାୟକ, ଅମୀୟ କୁମାର ନାୟକ, ମନୋଜ ଓଝା, ଶିକ୍ଷକ ଶ୍ରୀଚରଣ ସାମଲ, ସୁବୁଦ୍ଧି ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଆମ୍‌ôାର ସଦ୍‌ଗତି କାମନା କରିବା ସହିତ ପରିବାରଙ୍କ ଉଦ୍ଦେଶ୍ୟରେ ସମବେଦନା ଜ୍ଞାପନ କରିଥିଲେ। ତାଙ୍କର ଅତି ନିକଟ ସଂପର୍କୀୟ ଅଧ୍ୟାପକ ଅଜୟ ସାମଲ ଦୁବାଇରେ ଥିବାବେଳେ ତାଙ୍କର କାର୍ଯ୍ୟଧାରା ଏବଂ ଲୋକପ୍ରିୟତା ସେଠାକାର ଓଡିଆ ସମାଜରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ସହ ଏ ଅଂଚଳରେ ତାଙ୍କର ଦେହାନ୍ତରେ ଅପୂରଣୀୟ କ୍ଷତି ହୋଇଛି ବୋଲି ଶ୍ରଦ୍ଧାଞ୍ଜଳୀ ଦେବା ଅବସରରେ କହିଥିଲେ। ସଭାପତି କରୁଣାକର ଦାସ ତାଙ୍କ ଉଦ୍ଦେଶ୍ୟରେ ଏକ କବିତା ପାଠ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ତାଙ୍କ ବଡଭାଇ ଅଧ୍ୟାପକ ହେମନ୍ତ ପରିଡା, ରବିନ୍ଦ୍ର ପରିଡା ଏବଂ ଅଧ୍ୟାପକ ଡଃ. ପ୍ରଶାନ୍ତ ପରିଡା ପ୍ରମୁଖ ପରିଚାଳନା କରିଥିଲେ।