Odiapua.com

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି

କଟକ : ୨୯/୬(ଓଡ଼ିଆ ପୁଅ /ଅଭୟ ଜେନା) ପୁଣି ଜଣେ ସହକାରୀ ଯନ୍ତ୍ରୀଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଚଢ଼ାଉ କରିଛି। ପଞ୍ଚାୟତିରାଜ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍। କଟକ ଜିଲ୍ଲା ଡମପଡା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଭାତକୁମାର ରାଉତଙ୍କ ଘରେ ଭିଜିଲାନ୍ସ ରେଡ ହୋଇଥିବା ଜଣାପଡିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ୍ ହୋଇଛି। ଚୌଦ୍ୱାର, ତ୍ରିଶୂଳିଆ, ଡମପଡ଼ାବ୍ଲକ କାର୍ଯ୍ୟାଳୟ ଓ କେନ୍ଦ୍ରାପଡ଼ା ରାଜକନିକା ରେ ଥିବା ପୈତୃକଘରେ ଚଢ଼ାଉ ହୋଇଛି। ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।