Odiapua.com

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ବି. ଡି. ଓ ଗିରଫ 

କଟକ :୧୯/୬ (ଓଡ଼ିଆ ପୁଅ/ ଅଭୟ ଜେନା ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ଜାଲରେ ଫସିଥିବା ଜଳେଶ୍ବର ବି ଡି ଓ ଅଶ୍ୱିନୀ କୁମାର ଦାସଙ୍କୁ ଶେଷରେ ଗିରଫ କରାଯାଇଛି।

ତେବେ ବିଡିଓ ଅଶ୍ୱିନୀ ଦାସଙ୍କ ନିକଟରେ ଅସରନ୍ତି ସମ୍ପତ୍ତି ରହିଥିବା ବିବରଣୀ ଦେଇଛି ଭିଜିଲାନ୍ସ।

ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଡିଓ ଅଶ୍ୱିନୀ ଦାସଙ୍କ ସରକାରୀ ବାସଭବନରେ ରେଡ୍ କରିଥିଲା ଭିଜିଲାନ୍ସ। କଟକ ପୈତୃକ ଘର, କେନ୍ଦ୍ରାପଡ଼ା, ଜଳେଶ୍ୱର ଅଫିସ ସମେତ ୬ଟି ସ୍ଥାନରେ ରେଡ୍ ହୋଇଥିବା ଜଣାପଡିଛି। ଭିଜିଲାନ୍ସର ୫ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ଥିବା ବେଳେ, ଜବତ ସମ୍ପତ୍ତି ର ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି। କଟକ ଭିଜିଲାନ୍ସ ଥାନା କେସ ନ. ୩୬/ତା ୧୯/୬/୨୨ ରେ କେସ ରୁଜୁ କରି ତଦନ୍ତ ଚଳାଇଛି ଭିଜିଲାନ୍ସ।