Odiapua.com

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଟକ ୧୫/୨ (ଓଡ଼ିଆ ପୁଅ /ଅଭୟ ଜେନା) ପୋଲିସ୍ କମ୍ୟୁନିକେସନ୍ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୧ଟି ସ୍ଥାନ ରେ ଚଢ଼ାଉ କରାଯାଇଛି। କଟକ, ଭୁବନେଶ୍ୱର, ଯାଜପୁର, କୋରାପୁଟରେ ଥିବା ଘରେ ଏକକାଳୀନ ଚଢ଼ାଉ ହୋଇଛି। ଭୁବନେଶ୍ୱରର ରସୁଲଗଡ଼ରେ ଥିବା ଏକ ଫ୍ଲାଟ୍ ରେ ମଧ୍ୟ ରେଡ୍ ଚାଲିଛି। ସେହିପରି ନବରଙ୍ଗପୁରର ଡାବୁଗାଁ ଠାରେ ପୈତୃକ ବାସଭବନରେ ମଧ୍ୟ ରେଡ କରାଯାଉଛି। ଯାଜପୁର ଜିଲ୍ଲା ବଡ଼ଚଣାର ଖଇରା ଠାରେ ଥିବା ଶ୍ୱଶୁର ଘରେ ଭିଜିଲାନ୍ସ ଟିମ୍‌ ର ରେଡ୍ ହେଉଛି। ସେହିପରି ଏଠାରେ ଥିବା ଏକ ଫାର୍ମ ହାଉସ୍ ରେ ମଧ୍ୟ ଚଢ଼ାଉ ହେଉଛି। ଚଣ୍ଡିଖୋଲରେ ଥିବା ନର୍ସିଂ ହୋମ୍ ଓ ଟ୍ରାନ୍ସପୋର୍ଟ କମ୍ପାନୀରେ ରେଡ୍ ମଧ୍ୟ ଚାଲିଛି। ଜଗତସିଂହପୁରର ଦଳେଇଘାଇରେ ଥିବା ତାଙ୍କ ଡ୍ରାଇଭରଙ୍କ ଘରେ ରେଡ୍ ହେଉଛି। କଟକର ଅଫିସ୍ ଓ ଏକ ଔଷଧ ପ୍ରସ୍ତୁତ ୟୁନିଟ୍ ଉପରେ ଚଢ଼ାଉ କରିଛି ଭିଜିଲାନ୍ସ। ଏହି ଚଢ଼ାଉରେ ୩ ଜଣ ଏଏସପି, ୧୦ ଜଣ ଡିଏସପି, ୧୩ ଇନ୍ସପେକ୍ଟର୍ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସାମିଲ ଥିବା ଜଣାପଡିଛି।