Odiapua.com

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ : ଭିଜିଲାନ୍ସ ଜାଲରେ ଷଷ୍ଠ ବାଟାଲିୟନର ସିପାହୀ 

କଟକ, ୭/୧୨ (ଓଡ଼ିଆ ପୁଅ /ଅଭୟ ଜେନା) ଷଷ୍ଠ ବାଟାଲିୟନର ସିପାହୀ ସହଦେଵ ପରିଡାଙ୍କ ଅଫିସ, ଓ ଏମ୍ ପି ସରକାରୀ ବାସଭବନ, ମାଳତୀ ପାଟପୁରରେ ଥିବା ଶଶୁର ଘର, ପୁରୀ ଚନ୍ଦନ ପୁରରେ ଥିବା ପୈତୃକ ଘର, କଟକ ତିନି ଘରିଆ ଛକ ରେ ଥିବା ତିନି ମହଲା ବିଶିଷ୍ଟ କୋଠା, ଗଣ୍ଡରପୁର ରେ ଥିବା ଆଜବେଷ୍ଟ ଘରରେ ଭିଜିଲାସନ୍ସ ରେଡ କରିଛି। ତାଙ୍କ ଘରୁ ୪ଟି ଦୁଇ ଚକିଆ ଯାନ, ନଗଦ ଦୁଇ ଲକ୍ଷ ଚୌରାନବେ ହଜାର ଟଙ୍କା ଓ ସୁନା ସହ ୧୭ଟି ବ୍ୟାଙ୍କ ପାସବୁକ ଜବଦ କରିଛି ଭିଜିଲାସନ୍ସ ଟିମ। ଓ ତାଙ୍କ ପୁଅ କିଶନ ପରିଡା ଙ୍କ ନାମରେ ଗଣ୍ଡର ପୁର ରେ ପ୍ଲଟ ଓ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ପରିଡାଙ୍କ ନାମରେ କଣ୍ଟିଲୋ ଓ ଗୋପାଳପୁର ରେ ଦୁଇଟି ପ୍ଲଟ ଓ ସହଦେବ ପରିଡାଙ୍କ ନାମରେ ଭୁବନେଶ୍ୱରରେ ପାଣ୍ଡରା ଓ ପୁରୀ ମାଳତୀ ପାଟପୁରରେ ପ୍ଲଟ ରହିଛି। ଏହି ରେଡ ରେ ତିନି ଜଣ ଡିଏସ ପି ଓ ୯ ଜଣ ଇନିସ୍ପେକ୍ଟର ସାମିଲ ଥିଲେ। ତେବେ ଆହୁରି ଅନେକ କିଛି ମିଳିବାର ସମ୍ଭାବନା ରହିଛି ବୋଲି ଭିଜିଲାସନ୍ସ ଟିମ ସୂଚନା ଦେଇଛନ୍ତି।